

ଜଳେଶ୍ଵର (ସମୃଦ୍ଧ ଓଡିଶା) ଗରିବ ଲୋକଙ୍କ କେହି ନାହିଁ କାହାର, ଏହାର ପ୍ରମାଣ ମିଳିଛି ରାଇବଣିଆ ଅଞ୍ଚଳରେ କୁମ୍ଭାରସାହି ଅଞ୍ଚଳରେ ନାଥ ରଣା ତାଙ୍କ ସ୍ତ୍ରୀ ସୁଆଗି ରଣା ତାଙ୍କ ନିଜ ପୈତୃକ ସମ୍ପତିକୁ ଚଞ୍ଚକତା କରି ହାତେଇ ନେଇ ଥିବାରୁ ସେ ବହୁ କଷ୍ଟ ରେ ରହୁଥିବା ଜଣା ପଡ଼ିଛି ଓ ତାଙ୍କ ଜାଗାରୁ ମଧ୍ୟ ତାଙ୍କୁ ବାହାର କରି ଦେଇଛନ୍ତି, ସୂଚନା ଅନୁଯାଇ ନାଗ ରଣା କୋଡିଏ ବର୍ଷ ପୂର୍ବରୁ ସେ ନିଜ ବାସଭୂମିରେ ରହି ଆସୁ ଥିଲେ କିନ୍ତୁ ସେହି ବାସଭୂମିକୁ କିଛି ଖଳ ପ୍ରକୃତି ବ୍ୟକ୍ତି ଏବଂ ଶକ୍ତିଶାଳୀ ଲୋକ ମାନେ ଏହାକୁ ଚଞ୍ଚକତା ପୂର୍ବକ ହାତେଇ ନେଉଛନ୍ତି ବୋଲି ଗ୍ରାମବାସୀଙ୍କ ଠାରୁ ଜଣେଇଛନ୍ତି । ନାଗ ରଣା ବର୍ତ୍ତମାନ ଅସୁସ୍ଥ ଏବଂ ତାଙ୍କୁ କେତେକ ଲୋକ ମାଡ଼ ମାରି ତାଙ୍କୁ ତାଙ୍କ ବାଡିରୁ ବାହାର କରି ଦେଇଛନ୍ତି, ତାଙ୍କ ପତ୍ନୀ ରୋଗୀଣା ସେମାନଙ୍କ କେହି ନ ଥିବାରୁ ତାଙ୍କୁ ଅନେକ କଷ୍ଟ ଦିଆଯାଉଛି । ତାଙ୍କ ସାବତ ପୁତ୍ର ଭାନୁ ବିନ୍ଧାଣି କିଛି ଦିନ ରହି ତାଙ୍କ ପାଖରୁ ସମସ୍ତ ଗହଣା ଏବଂ ସମସ୍ତ ଟଙ୍କା ପଇସା ନେଇ ପଶ୍ଚିମବଙ୍ଗ ଦାନ୍ତନରେ ରହୁଛନ୍ତି । ଗ୍ରାମବାସି ତାଙ୍କ ରହିବା ପାଇଁ ଏକ କୁଡ଼ିଆ କରି ଦେଇଥିବା ଜଣା ପଡ଼ିଛି। ସରକାରଙ୍କ ଏତେ ଯୋଜନା ଥାଉ ଥାଉ ଏହି ଗରିବ ନିରୀହ ଲୋକ କିଛି ସେବା ପାଇ ପାରୁ ନାହାନ୍ତି । ଏହା ଅତ୍ୟନ୍ତ ଦୁଃଖର ବିଷୟ,ଏହି ଖବର ରାଇବଣିଆର ସମାଜସେବୀ ସନ୍ତୋଷ କୁମାର ଜେନା ଜଳେଶ୍ୱର ମେ ଆଈ ହେଲ୍ପ ୟୁ ସାମାଜିକ ସଂଗଠନକୁ ଖବର ଦେବା ପରେ, ସଂଗଠନର ସଭାପତି ଜଗନ୍ନାଥ ପରିଡା ତୁରନ୍ତ ଏହି ପରିବାରକୁ ସହାୟତା ଯୋଗାଇ ଦେଇଛନ୍ତି । ସଂଗଠନ ତରଫରୁ ଦୁଇ ମାସର ରାସନ ସାମଗ୍ରୀ ଚାଉଳ, ଡାଲି, ପନିପରିବା, ମୁଡି, ଶାଢ଼ୀ ଗାମୁଛା ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଯୋଗାଇ ଦେବା ସହ ସେଠାକାର ସରପଞ୍ଚକୁ ଏହି ବିଷୟରେ ଅବଗତ କରିଥିଲେ ସଂଗଠନ ତରଫରୁ ଉପଦେଷ୍ଟା ମନୋରଞ୍ଜନ ପ୍ରଧାନ, ଜ୍ୟୋସ୍ନା ରାଣୀ ମହାନ୍ତି, ରମେଶ ଜେନା, ସଞ୍ଜୀବ ପାତ୍ର, ଏଲେନ ଘୋଷ, ଜୟଦେବ ସାମଲ, ଏମ ଡ଼ି ରାଜୁ ଉପସ୍ଥିତ ରହି ସେଠାକାର ପରିସ୍ଥିତି ବିଷୟରେ ଜଳେଶ୍ଵର ବିଡିଓ ଓ ତହସିଲଦାଙ୍କୁ ଅବଗତ କରା ଯିବ ବୋଲି ମେ ଆଇ ହେଲ୍ପ ୟୁ ସଙ୍ଗଠନର ମୁଖ୍ୟ ଜଗନ୍ନାଥ ପରିଡ଼ା ସୂଚନା ଦେଇଛନ୍ତି ।
ରିପୋର୍ଟ : ଭୂପତି ପରିଡା