

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵରର ‘ମେ ଆଇ ହେଲ୍ପ ୟୁ ଓ ମୋ ପରିବାର’ ସଂଗଠନର ସଦସ୍ୟ ସମ୍ବିତ କୁମାର ମହାନ୍ତି ଖବର ପାଇ ଜାଣି ପାରିଲେ ଯେ, ଆମ ଅଂଚଳରେ କିଛି ବାପା ଓ ମାଆ ଛେଉଣ୍ଡ ଝିଅ ପିଲା “ଆନନ୍ଦାୟାନ କନ୍ୟାଶ୍ରମ” ସରସିଦାରେ ରହୁଛନ୍ତି । ତେଣୁ ମୋ ପରିବାର କିଛି ସଦସ୍ୟ ସେଠାକୁ ଯାଇ ତାଙ୍କ କଥା ବୁଝିବା ସହିତ ପିଲା ମାନଙ୍କୁ ଖାତା, କଲମ, କିଛି ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ । ଆଗାମୀ ଦିନରେ କିପରି ଭଉଣୀ ମାନଙ୍କର ସମସ୍ତ ସୁଭିଧା ସୁଯୋଗ କରାଯାଇ ପାରିବ ତାହା ବୁଲି ଦେଖିବା ସହିତ ୨୪ଘଣ୍ଟା ସେମାନଙ୍କୁ ସାହାଯ୍ୟ ପାଇଁ ପ୍ରତିଶୃତି ଦେଇଥିଲେ । ଏ ସମସ୍ତ କୋଡ଼ିଏ ଜଣ ଭଉଣୀ ମୋ ପରିବାରର ଅଟେ ଓ ଏହି କୋଡ଼ିଏ ଜଣ ନୂଆ ସାନ ଭଉଣୀ ମାନଙ୍କୁ ପାଇ ଆମ ପରିବାର ବହୁତ ଖୁସି ବୋଲି କହିଥିଲେ ଏବଂ ଆମେ ସେହି କନ୍ୟାଶ୍ରମକୁ ଯାଇ ସମସ୍ତଙ୍କ ଭଲ ପାଇବା ପାଇଛୁ । ‘ମେ ଆଇ ହେଲ୍ପ ୟୁ ମୋ ପରିବାର’ ସବୁ ଭଉଣୀଙ୍କୁ ଦୁଃଖରେ ଛିଡ଼ା ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଏଭଳି କାର୍ଯ୍ୟ ପାଇଁ ମେ ଆଇ ହେଲ୍ପ ୟୁ ଓ ଆମ ପରିବାର ସଙ୍ଗଠନକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।