
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ନୂତନଭାବେ ଯୋଗ ଦେଇଥିବା ଆଇଆଇସି ମାନସ ଦେୱଙ୍କ ଆହ୍ୱାନରେ ଜଳେଶ୍ୱରରେ ସାମାଜିକ କାର୍ଯ୍ୟ କରୁଥିବା ‘ମେ ଆଇ ହେଲ୍ପ ୟୁ’ ମୋ ପରିବାର ପକ୍ଷରୁ ଜଳେଶ୍ୱର ବଡବଜାର ପୋଲ ଓ ଥାନା ବଜାରରେ ସଫେଇ କାର୍ଯ୍ୟ କରିଥିଲେ । ରାସ୍ତା ଓ ରାସ୍ତାକଡରେ ପଡିଥିବା ଅପରିସ୍କାର, ଛିଣ୍ଡା କାଗଜପତ୍ର, ଜମା ହୋଇଥିବା ବାଲିକୁ ସଂଗଠନର ସଦସ୍ୟ, ସଦସ୍ୟାମାନେ ପରିସ୍କାର କରିଥିଲେ । ଏଥିରେ ଜଗନ୍ନାଥ ପରିଡା, ଡ. ବିଶ୍ୱଜିତ୍ ଜେନା, ଅଜିତ୍ ଜେନା, ସନ୍ଦିପ ମହାନ୍ତି, ତୋଫାନ ଆଚାର୍ଯ୍ୟ, ଜୟଦେବ ସାମଲ, ରମେଶ ଜେନା, ସତ୍ୟବ୍ରତ ପଣ୍ଡା, ଶିବ ଶଂକର ସାହୁ ଓ ବିନିରାଣୀ ଜେନା ପ୍ରମୁଖ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ । ମେ ଆଇ ହେଲ୍ପ ୟୁ ସଂଗଠନ ଜଳେଶ୍ୱର ସହରରେ ସାମାଜିକ ଓ ସାମାଜିକ ସଚେତନତା କାର୍ଯ୍ୟ କରି ଆସୁଛି ।