
ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ’ ୧୯ ତାରିଖରେ ପାଟକୁରାରେ ଭୋଟ ଗ୍ରହଣ କରାଯିବ । ମେ’ ୧ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ୨ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ଓ ୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏନେଇ ମୁଖ୍ୟନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେବେ କେବଳ ବିଜେଡି ପ୍ରାର୍ଥୀ ହିଁ ପ୍ରାର୍ଥୀପତ୍ର ଦାଖଲ କରିବେ । ନିୟମ ଅନୁସାରେ ଅନ୍ୟ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିବ । ଉଲ୍ଲେଖଥାଉ କି, ପାଟକୁରା ନିର୍ବାଚନ ମଣ୍ଡଳିର ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଘଟିଥିଲା । ଏହା ପରେ ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ନିର୍ବାଚନକୁ ବାତିଲ କରାଯାଇଥିଲା ।
ରିପୋର୍ଟ : ଆକାଶ ମିଶ୍ର

