ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋଲ ରୟାଲିଟି ବୃଦ୍ଧି କରିବା ନେଇ ଓଡିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିପାରିବେ ନାହିଁ କି, କେନ୍ଦ୍ରରେ ମୋଦି ସରକାର ୨୦୧୪ ମସିହାରେ ଆସିବା ପରେ ଖଣିସଂପଦର ନିଲାମି ଯୋଗୁଁ ପର୍ଯ୍ୟାପ୍ତ ଅର୍ଥ ମିଳିଛି । କେବଳ ଡିଷ୍ଟିଟ ମିନେରାଳ ଫ ଅନ୍ତର୍ଗତ ରାଜ୍ୟକୁ ଐତିହାସିକ ୭୮୫୭ କୋଟି ଟଙ୍କା ମିଳିଛି । ହେଲେ ଦୁଃଖ ଏବଂ ପରିତାପର ବିଷୟ କି ରାଜ୍ୟ ସରକାର ଏଯାବତ ଏହି ରାଶିରୁ ମାତ୍ର ୧୬୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଡ.ସାମନ୍ତସିଂହାର କହିଛନ୍ତି ଯେ, ମୋଦି ସରକାରଙ୍କର ନୂଆ ଖଣି ନୀତି ଯୋଗୁଁ ଖଣିମାନଙ୍କର ଖୋଲା ନିଲାମି କରାଯିବା ଫଳରେ ରାଜ୍ୟକୁ ପୂର୍ବ ଅପେକ୍ଷା ୧୫୦ ପ୍ରତିଶତ ଅଧିକା ପ୍ରିମିୟମ ମିଳିଛି । ଯାହାକି ହଜାର ହଜାର କୋଟି ଟଙ୍କା ଆକଳନ କରାଯାଇଛି । ୨୦୧୪ ମସିହାରେ ମୋଦି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଶର କଂଗ୍ରେସ ସରକାର ଖଣିମାନଙ୍କୁ ନିଲାମ ପରିବର୍ତେ ପରିଚିତ ସଂପର୍କୀୟ ଲୋକ ମାନଙ୍କୁ ବଂଟନ କରୁଥିଲା । ଏହା ଫଳରେ ଦେଶର ଅପର୍ଯ୍ୟାପ୍ତ କ୍ଷତି ହୋଇଛି । ଓଡିଶାରେ ୫୯ ହଜାର କୋଟି ଟଙ୍କା ର ଖଣି ଦୁର୍ନୀତି ହୋଇଥିଲା । ଶାହା କମିଶନ ରିପୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ର୍ନିେଶ ପରେ ମଧ୍ୟ ରାଜ୍ୟ ସରକାର କ’ଣ ପାଇଁ ଖଣି ଦୁର୍ନୀତି କରିଥିବା କଂପାନୀମାନଙ୍କ ଠାରୁ ଏହି ଅର୍ଥ ଆଦାୟ କରିନଥିଲେ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।କେନ୍ଦ୍ରରେ ମୋଦି ସରକାର ଆସିବା ପରେ ହସ୍ତକ୍ଷେପ କରିବା କାରଣରୁ ରାଜ୍ୟ ସରକାର ବାଧ୍ୟ ହୋଇ ଏବେ ଏହି ଖଣି ଦୁର୍ନୀତିର ପଇସା ଆଦାୟ କରୁଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ରକୁ ଖଣି ଲୟାଲିଟି ବଢାଇବା ଲାଗି ନିବେଦନ କରିବା ବଦଳରେ ଏବେ ଯାଏଁ ମିଳିଥିବା ଅଧିକା ପଇସା କେମିତି ଓଡିଶାର ଲୋକଙ୍କ ହିତରେ ଖର୍ଚ୍ଚ ହେବ ସେ ବିଷୟରେ ଯୋଜନା ବନାନ୍ତୁ ଏବଂ ରାଜ୍ୟସରକାର ଡିଏମଏଫ ଓ ଖଣି ନିଲାମିରୁ ମିଳିଥିବା ଅର୍ଥର ହିସାବ ଦିଅନ୍ତୁ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର