ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ମାରଣନୀତିର ପ୍ରତିବାଦ କରି ଜାତୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇଦିନିଆ ଧର୍ମଘଟ ଡ଼ାକରା ସଫଳ ହୋଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଭାରତ ବନ୍ଦ ଗଞ୍ଜାମର ଛତ୍ରପୁର ଓ ବ୍ରହ୍ମପୁର ସହରକୁ ସଂପୂର୍ଣ୍ଣ ପ୍ରଭାବିତ କରିଛି । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଭାବେ ପିକେଟିଂ କରାଯାଇ ବ୍ୟାଙ୍କ, ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅରଟିଓ ଅଫିସ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିବା ଫଳରେ ସାଧାରଣ ଜନଜୀବନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଛତ୍ରପୁର ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ମଧ୍ୟ ସମସ୍ତ ଅଫିସ ଓ କାର୍ଯ୍ୟାଳୟ ପିକେଟିଂ କରି ମୋଦି ହଟାଅ ଦେଶ ବଂଚାଅ ସ୍ଲୋଗାନ ଦେଇ ସମସ୍ତ କାର୍ଯ୍ୟାଳୟ ବନ୍ଦ କରିଦେଇଛନ୍ତି । ବ୍ରହ୍ମପୁର ଓ ଛତ୍ରପୁର ସହରରେ ଜନଶୂନ୍ୟ ହୋଇପଡିଛି । ଅନ୍ୟପକ୍ଷରେ ବ୍ରହ୍ମପୁର ସହର ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବାରୁ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ଗୁରୁତର ପ୍ରଭାବ ପରିଲକ୍ଷିତ ହୋଇଛି । ଆନ୍ଦୋଳନରେ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତା ମାନେ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ ଏନ୍. ଭାନୁବତୀ ରେଡ୍ଡି, ଏଆଇଟିୟୁସି ନେତା ନୀଳକଣ୍ଠ ଦାଶ, ଡ଼ି. ଆଦି ନାରାୟଣ ରେଡ୍ଡି, ଏନ୍. ଗିରିଜା ପ୍ରସାଦ ରେଡ୍ଡି, ଗୁରୁନାଥ ପ୍ରଧାନ, ଦୂର୍ଯ୍ୟୋଧନ ନାହାକଙ୍କ ସମେତ ଶତାଧିକ ଏଆଇଟିୟୁସି ନେତା ରହିଥିବା ବେଳେ ଆଇଏନଟିୟୁସି ନେତା ତଥା ଗୋପାଳପୁର ଡ଼କ୍ ୱାର୍କସ ୟୁନିଅନର ସଭାପତି ଜି. ଏରେୟା, କ୍ରାନ୍ତି ଯୁବ ଛାତ୍ର ସଭାପତି ଇଜୁ ଅମିନ ଖାନ୍, ସିଟୁ ନେତା ପର୍ଶୁରାମ ଗୌଡ଼, ଏଚଏମଏସ ନେତା ରାଜେନ୍ଦ୍ର ଦାଶ, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ଶ୍ରମିକ ନେତା ପ୍ରଶାନ୍ତ କୁମାର କର, ଗୋପାଳପୁର ପୋର୍ଟ ମଜଦୁର ୟୁନିଅନର ସଭାପତି କେ. ଏଲେୟା, ଗୋପାଳପୁର ପୋର୍ଟ ସୁପରଭାଇଜର ଏବଂ ୱାର୍କସ ୟୂୁନିଅନର ସମ୍ପାଦକ କେଶବ ନାହାକ, ସହ ସଂପାଦକ ଡ଼ି. ବୈରାଗୀ, କୋଷାଧ୍ୟକ୍ଷ ରାମେଶ୍ୱର ନାୟକ, ଓଡ଼ିଶା ଫରେଷ୍ଟ ଉଡ୍, ଅଗ୍ରିକାଲଚର ଏଣ୍ଡ୍ ବିଲଡ଼ିଂ କନଷ୍ଟ୍ରକସନ୍ ଓ ୱାର୍କସ ୟୁନିଅନର ସନ୍ୟାସୀ ପ୍ରଧାନ, ଏନ୍. ଭାନୁମତି ରେଡ୍ଡି, ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଛତ୍ରପୁର ଶାଖାର ସଭାପତି ବାସନ୍ତି ସାହୁ, ସମ୍ପାଦକ ବାସନ୍ତି ତ୍ରିପାଠୀ ସମେତ ଗୋପାଳପୁର ପୋର୍ଟରେ ପଞ୍ଜିକୃତ ୮ଗୋଟି ଶ୍ରମିକ ସଂଗଠନର ବହୁ କର୍ମକର୍ତା , ଅଙ୍ଗନବାଡ଼ି କର୍ମୀ, ଆଶା, ପାଚିକା, ଏଆଇଟିୟୁସି ନେତା ଓ କର୍ମୀମାନେ ଏହି ପିକେଟିଂରେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
ବହୁତ ଦିନର ଅବସାଦ ପରେ ନରେନ୍ଦ୍ର ମୋଦି ଭଳି ଜଣେ ସଚ୍ଚୋଟ ପ୍ରଧାନ ମନ୍ତ୍ରୀ ଆମକୁ ମିଳିଛି। ଆମେ ଆଉ ପଛକୁ ଫେରିବାକୁ ଚାହୁନୁ।ଆଶା ଆପଣମାନେ ବି ମୂର୍ଖାମି କରନ୍ତୁ ନାହି।ବହୁତ ପସ୍ତେଇବାକୁ ପଡିବ।
ଜଣେ ସାଧାରଣ ନାଗରିକ
ଧନ୍ୟବାଦ
Hi there, I enjoy reading all of your post. I wanted to write a little comment
to support you.
I read this paragraph fully regarding the
difference of most recent and earlier technologies, it’s amazing article.