ମୋବାଇଲରେ ଭାଇରାଲ ହୋଇ ବୁଲୁଛି ଆଦିବାସୀ ନାବାଳିକାର ଗଣ ଦୁଷ୍କର୍ମର ଭିଡିଓ- ୬ଯୁବକଙ୍କ ଲୋମହର୍ଷଣକର କାର୍ଯ୍ୟ : ରାଇବଣିଆ ପୋଲିସ୍ ଗ୍ରହଣ କରୁନାହିଁ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଓ ପଶ୍ଚିମବଂଗର ନୟାଗ୍ରାମ ଥାନା ଇଲାକାରେ ଘୁରିପୁଲୁଛି ଜନୈକା ସ୍କୁଲ ଆଦିବାସୀ ନାବାଳିକା ଛାତ୍ରୀର ନଗ୍ନ ଓ ଅଶାଳୀନ କାର୍ଯ୍ୟର ଭିଡିଓ । ବିଭିନ୍ନ ବ୍ୟକ୍ତିଙ୍କ ବିଭିନ୍ନ ମତାମତ ଆସୁଥିବା ବେଳେ ଘଟଣାର ଶୀକାର ହୋଇଥିବା ନା ବାଳିକା ମୁହଁଯାକି ଘରେ ଚୁପ୍ଚାପ୍ ବସିରହୁଛି । ଅନ୍ୟପକ୍ଷରେ ଏପରି ଏକ ଲୋମହର୍ଷଣକାରୀ ଘଟଣାରେ ପଶ୍ଚିମବଂଗର ଅଭିଯୁକ୍ତମାନେ ଥିବାରୁ ରାଇବଣିଆ ଥାନା ଅଭିଯୋଗ ଗ୍ରହଣ କରୁନଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ, ରାଇବଣିଆ ଥାନା ଅଂଚଳର ସର୍ଦରବନ୍ଧ ପଂଚାୟତର ବୋଇତାଳୁପଦା ଗାଁର ଜନୈକ ୧୭ବର୍ଷର ନା ବାଳିକା ଗତ ଦୁର୍ଗାପୂଜା ସମୟରେ ନିକଟସ୍ଥ ହାଟକୁ ଯାଇଥିବା ବେଳେ ପଶ୍ଚିମବଂଗର ୨ ଚିହ୍ନା ଯୁବକ ତାକୁ ପ୍ରଲୋଭିତ କରି ଘରକୁ ନେଇଯିବା ବାହାନାରେ ନିକଟସ୍ଥ ଜଂଗଲକୁ ନେଇଯାଇଥିଲେ । ସେଠାରେ ଜବରଦସ୍ତ ତାକୁ ବିବସ୍ତ୍ର କରି ଅଶାଳୀନ ବ୍ୟବହାର ଓ ଦୁଷ୍କର୍ମ କରିଥିଲେ । ପଶ୍ଚିମ ମେଦିନୀପୁର ଜିଲାର ନୟାଗ୍ରାମ ଥାନା ଅନ୍ତର୍ଗତ ଯୁଡୁକାଠା ଗାଁର ଭରତ ମୁର୍ମୁର ପୁଅ ମିଥୁନ୍ ମୁର୍ମୁ ଓ ସମରାଇ ବାସ୍କେର ପୁଅ ଦିଲ୍ଲୀପ ବାସ୍କେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିଥିଲେ ବୋଲି ନା ବାଳିକା ଜଣକ ପ୍ରକାଶ କରିଛନ୍ତି । ଘଟଣା ସଂପର୍କରେ ନା ବାଳିକା ପ୍ରଘଟ କଲେ ତାକୁ ଜୀବନରେ ମାରି ଦେବା ସହିତ ପରିବାରବର୍ଗଙ୍କୁ ହନ୍ତସନ୍ତ କରାଯିବାର ଧମକ୍ ଦିଆଯାଇଥିବାରୁ ସେ ଭୟରେ ଏପରି ପ୍ରକାଶ କରିନଥିବା ଗଣମାଧମ୍ୟର ପ୍ରତିନିଧିଙ୍କ ସମ୍ମୁଖରେ ଆଜି ପ୍ରକାଶ କରିଛି । ଘଟଣା ସମୟରେ ପୂର୍ବ ପରିକଳ୍ପିତ ଯୋଜନା ଅନୁଯାଇ ଅନ୍ୟ ୪ଜଣ ଯୁବକ ସେଠରେ ଉପସ୍ଥିତ ହୋଇ ଦୁଷ୍କର କାର୍ଯ୍ୟର ଭିଡିଓ ଫଟୋ ଉତ୍ତଳନ କରିଥିଲେ । ଉକ୍ତ ୬ଜଣ ଯୁବକ ଲଗ୍ନ ନାବାଳିକା ଉପରେ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଚାଲିଥିବାର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍କୁ ଘୁରି ବୁଲୁଛି । ଗତ ୭ ତାରିଖରେ ଏପରି ଏକ ଘଟଣା ନାବାଳିକାର ବାପା ଓ ଭାଇ ପଡୋଶୀ ଠାରୁ ଦେଖିବା ପରେ ରାଇବଣିଆ ଥାନାକୁ ଅଭିଯୋଗ ପାଇଁ ଯାଇଥିଲେ । କିନ୍ତୁ ୮ ତାରିଖରୁ ୧୩ତାରିଖ ମଧ୍ୟରେ ନା ବାଳିକାର ସମ୍ପର୍କୀୟମାନେ ବାରମ୍ବାର ଥାନାକୁ ଦୌଡିଥିଲେ ମଧ୍ୟ ଥାନା ଅଧିକାରୀ ଏ ସଂପର୍କରେ ଅଭିଯୋଗ ଗ୍ରହଣ କରିନଥିବା ନାବାଳିକାର ଭାଇ ଓ ପରିବାରବର୍ଗ ଆଜି ସଂଧ୍ୟାରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଆଜି ଘଟଣା ସଂପର୍କରେ ସର୍ଦ୍ଦାରବନ୍ଧ ସରପଂଚ ଦିଲ୍ଲୀପ କୁମାର ସାମଲଙ୍କୁ ନାବାଳିକାର ପିତା ଓ ସଂପର୍କୀୟମାନେ ଘଟଣା ସଂପର୍କରେ ଅବଗତ କରାଇଥିବାରୁ ଏବଂ ଥାନା ଅଧିକାରୀ ମାମଲା ରୁଜୁ କରି ନଥିବାରୁ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ । ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଜିଲାପାଳ, ଏସ୍.ପି, ପଶ୍ଚିମବଂଗର ପ୍ରଶାସନ ସହ ଆଲୋଚନା କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏ ଅଂଚଳର ବୁଦ୍ଧିଜିବୀ, ନେତୃସ୍ଥାନୀୟ ବ୍ୟକ୍ତି ଓ ଜନସାଧାରଣରେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା