
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ନିକଟ ରଙ୍ଗ ମୁଣ୍ଡିଆର ଏକ ବିଲ ମଧ୍ୟରେ ଚାଲିଥିବା ଜୁଆଅଡ୍ଡା ଉପରେ ବୁଧବାର ସନ୍ଧ୍ୟା ୭ଟା ସମୟରେ ପୋଲିସ ଅଚାନକ ଚଢ଼ାଉ କରି ଜାମପଲ୍ଲୀ, ଭେଜିପୁଟ, ଗାମୁଣ୍ଡି ଓ ବଡ କୋଦଣ୍ଡା ଗ୍ରାମର ୮ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମୋଟ ୨୦,୧୩୦ଟଙ୍କା, ୭ଟି ମୋବାଇଲ ଓ ୫ଟି ବାଇକ ଜବତ କରାଯାଇଛି । ଏହାସହ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା