ମୋହନାରେ୧୩ କରୋନା ଆକ୍ରାନ୍ତ ଚିହ୍ନଟ : କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ…

ମୋହନା (ସମୃଦ୍ଧ ଓଡିଶା) ସରକାର ଏବଂ ପ୍ରଶାସନ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । କିନ୍ତୁ କିଛି ଅମାନିଆଙ୍କ ପାଇଁ ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଜପତି ଜିଲ୍ଲାରେ କାୟା ମେଲାଉଥିବା ଏହି ମହାମାରୀର ଛାୟା ଏବେ ପଡ଼ିଛି ମୋହନା ସହର ଉପରେ । ଆଜି ମୋହନା ନାରାୟଣ ନଗର (ଢ଼େପ ସାହି)ରୁ ୧୩ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି ଏବଂ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । କିଛି ଦିନ ପୂର୍ବରୁ ଏହି ପରିବାରରେ ଏକ ବାହାଘର ଭୋଜିର ଆୟୋଜନ ହୋଇଥିବା ସୂଚନା ମିଳିଛି । ଏହାସହ ଦୁଇ ଜଣ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ସ୍ୱଷ୍ଟ କରାଯିବା ସହ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ବ୍ୟାରିକେଡ୍ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଉଟ୍ ଡୋର୍‌କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍‌ଡାଉନ କରାଯାଇଛି । ସେହିପରି ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ନାରାୟଣ ନଗର ଅଞ୍ଚଳକୁ ବିଶୋଧନୀକରଣ କରାଯିବା ସହ ସରକାରୀ ନିୟମ ମୁତାବକ ସମ୍ପୃକ୍ତ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାସହ ସେମାନଙ୍କୁ ଔଷଧ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ବିଡିଓ ବଂଶୀଧର ଖୋସଲା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତ ୨ ପୋଜେଟିଭ ଥିବା ବେଳେ ଆଜି ପୁଣି ୭ଟି ପୋଜେଟିଭ କେସ୍ ସାମ୍ନାକୁ ଆସିଛି ।

ରିପୋର୍ଟ : ଆଦିତ୍ୟ ପଟ୍ଟନାୟକ