

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ବିଶ୍ୱ ସଂଖ୍ୟା ଲଘୁ ଦିବସ ଓ ପ୍ରି-ଖ୍ରୀଷ୍ଟମାସ ମହୋତ୍ସବ ପାଳିତ ହୋଇଯାଇଛି । ସଭାପତି ରାମ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଧର୍ମ ପ୍ରଦେଶରେ ଧର୍ମାଧ୍ୟକ୍ଷ ଡଃ:ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ଥିବାବେଳେ ମୁଖ୍ୟବକ୍ତା ଭାବେ ରେଭ୍ କିଶୋର ଚନ୍ଦ୍ର ଡିଗାଲ (ରାଜପୁର) ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମାଇନରଟି ସେଲ୍ ଅଧ୍ୟକ୍ଷ ତଥା ଚଳଚ୍ଚିତ୍ର ଅଭିନେତା ମୁନା ଖାନ୍, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ସ୍ଥାନୀୟ ବିଧାୟକ ଦାଶରଥି ଗମାଙ୍ଗ, ବ୍ରହ୍ମପୁର ଫାଦେର ସାଇମନ ଏଲୋବେତାଙ୍ଗ୍ ଗାଲ ଏବଂ ପୁରୀର ଏହି ସାମନ୍ତ ରାୟ ଯୋଗ ଦେଇଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସଂଖ୍ୟା ଲଘୁ ସଂପ୍ରଦାୟର ଉନ୍ନତ ସକାଶେ ରାଜ୍ୟ ଓ କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଗୁରୁତ୍ବ ବହନ କରି କାର୍ଯ୍ୟ କରିବା ପାଇଁ ୧୧ ଗୋଟି ଦାବି ରେଭ୍ ପ୍ରଶ୍ନକୁମାର ମାଳି ଉପସ୍ଥାପନ କରିଥିଲେ । ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି ଥିଲେ ଓ ଅତିଥି ପରିଚୟ କରି କେକ୍ କଟା ଯାଇଥିଲା । କୁନୀ କୁନୀ ପିଲାମାନଙ୍କ ଦ୍ଵାରା ଅତିଥି ଓ ଉପସ୍ଥିତ ଥିବା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାସ ମାଇକେଲ୍ ଫାଦେର ଅଜିତ କୁମାର ନାୟକ, ରେଭ୍ ବିକାଶ ବଦ୍ଧନ, ସଉରା ସମ୍ମୀଳନୀର ପ୍ରଚାରକ, ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍କ ମଳିକ ପ୍ରମୁଖ ସମେତ ଶତାଧିକ ଖ୍ରୀଷ୍ଟିୟାନ ପ୍ରେମି ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ । ଆସନ୍ତୁକ ପ୍ରଚାରକ ମାନେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ବାକ୍ୟ ପରିବେଷଣ କରିଥିଲେ । ଶେଷରେ ରାଶନନ୍ଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁନା ଖାଁ ଙ୍କୁ ଦେଖିବା ପାଇଁ ଓ ମିଶିବା ପାଇଁ ଯୁବଗୋଷ୍ଠୀ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ – କୃଷ୍ଣ କୁମାର ବେହେରା
