

ପାରଳାଖେମୁଣ୍ଡ (ସମୃଦ୍ଧ ଓଡିଶା) ଆଜି ମହନା ବିଧାୟକ ଦାଶରଥି ଗମାଙ୍ଗ ମହନା ବ୍ଲକର ଅଡବା, ପାଣିଗଣ୍ଡା ଓ ଉଦୟଗିରି ନିକଟ ଗ୍ରାମ ଗୁଡିକ ବୁଲି କିଛି ରନ୍ଧାଖାଦ୍ୟ ସହ ଵିସ୍କେଟ, ଚାଉଳ, ପାନୀୟ ଜଳ ବଣ୍ଟନ କରିବା ସହ ଲୋକ ମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେହେତୁ ସାରା ଭାରତରେ ଲକ-ଡାଉନ ଚାଲିଥିବାରୁ ଲୋକେ ହଇରାଣ ହେଉଛନ୍ତି । ଶ୍ରୀ ଗମାଙ୍ଗ ଲୋକମାନଙ୍କୁ ସଚେତନ କରାଇଥିଲେ କି ନିହାତି କାମ ନଥିଲେ ବାହାରକୁ ବାହାରନ୍ତୁ ନି ଯଦି ବାହାରକୁ ବାହାରନ୍ତି ମୁହଁରେ ମାକ୍ସ ଲଗେଇ ଯାଉନ୍ତୁ ଓ ଆସିବା ପରେ ହାତକୁ ସାବୁନରେ ଭଲ ଭାବେ ଧୋଇ ଘରକୁ ଯିବାକୁ କହିଥିଲେ । ଏହି ଗ୍ରସ୍ତ ସମୟରେ ବିଧାୟକ ଦାଶରଥି ଗମାଙ୍ଗ ସହ ଜିଲାପରିସଦ ସଭ୍ୟ ଜାକବ ମାଝୀ, ଜିଲାପରିସଦ ମହନା ୧ ବାଳକୃଷ୍ଣ ମଲିକ,ବରିଷ୍ଠ କଂଗ୍ରେସ ନେତା ଗୌରସଙ୍କର ପ୍ରଧାନ, ବ୍ଲକ ସଭାପତି ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

