ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ର ପ୍ରୟାସ ଦ୍ବାରା ଆଜି ସାଇବର ସିକ୍ୟୁରିଟି ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମଟିକୁ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦIସନାୟକ ଆନୁଷ୍ଠାନିକ ଭାବରେ ଉଦଘାଟିତ କରି ସାମ୍ପ୍ରତିକ ସମାଜରେ ସାଇବର ସିକ୍ୟୁରିଟିର ଉପାଦେୟତା ଓ ଆବଶ୍ୟକତାସମ୍ପର୍କରେ ଆଲୋକପାତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବରେ ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ଲିଙ୍ଗରାଜ ସେଠି ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଜୁମ୍ , ଫେସବୁକ୍ ଓ ୟୁଟ୍ୟୁବ ମାଧ୍ୟମରେ୨୫୦ ଟି କଲେଜର ୧୦,୦୦୦ ଛାତ୍ରଛାତ୍ରୀ ,କଲେଜ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ପ୍ରାଧ୍ୟାପିକା ମାନେ ଯୋଗ ଦେଇଥିଲେ I ନିଜ ବକ୍ତ୍ୟବରେ ଶ୍ରୀ ଦାସନାୟକ କହିଲେ” ଟିକିଏ ଅସାବଧାନତା ଯୋଗୁ ଅନେକ ଜଣ ସାଇବର ଠକାମୀର ଶିକାର ହୋଇ ନିଜର ଧନ, ଜୀବନ ତଥା ସମ୍ମାନର ହାନି କରୁଛନ୍ତି I ତେଣୁ ସମୟର ଆହ୍ୱାନ ହେଉଛି କିପରି ଭାବରେ ଆମେ ସାଇବର ସିକ୍ୟୁରିଟି ବିଷୟରେ ସଚେତନ ହେବା ଏବଂ ଯୁବପିଢ଼ି ତଥା ସମାଜକୁ ନିରାପଦ ରଖିବା I ଏହି ଅନ୍ ଲାଇନ୍ ବେବିନ୍ର ରେ ବହୁ ଛାତ୍ରଛାତ୍ରୀ ମାନେ ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ଲିଙ୍ଗରାଜ ସେଠି ପ୍ରମୁଖଙ୍କୁ ବହୁ ପ୍ରଶ୍ନ ପଚାରିଥିଲେ ଏଂବ ସନ୍ଟୁଷ୍ଟଜନକ ଉତର ମଧ୍ୟ ପାଇଥିଲେ I ନିଜ ବକ୍ତ୍ୟବ୍ୟରେ ଶ୍ରୀ ପ୍ରଶାନ୍ତ ସାହୁ କହିଲେ ଯେ ନିଜର ବିଦେଶ ଭ୍ରମଣ ବା ଛୁଟି କାଟିବା କଥା ସାମାଜିକ ଗଣମାଧ୍ୟମରେ ଜଣଂନ୍ତୁ ନାହିଁ I ଯେତେ ପାରିବେ ନିଜର ବ୍ୟକ୍ତିଗତ କାଗଜପତ୍ର ତଥା ନିଜର ସମ୍ବେଦନଶୀଳ ଫଟୋ ଅପଲୋଡ କରନ୍ତୁ ନାହିଁ I ଛୋଟ ଛୋଟ ସାବଧାନତା ଆପଙ୍କ ବହୁ ଅନ୍ ଲାଇନ୍ ବିପଦରୁ ରକ୍ଷା କରିପାରିବ I ସଚେତନ ହୁଅନ୍ତୁ ତଥା ଅନ୍ ଲାଇନ୍ ମୋହରୁ ନିଜକୁ ରକ୍ଷା କରନ୍ତୁ |ସ୍ମାର୍ଟ୍ ଫୋନ୍ ରେ ନିଜର ଆଧାର,ପାନ କାର୍ଡ, ଡ୍ଡେବିଟ ତଥା କ୍ରେଡିଟ କାର୍ଡ ର ଫୋଟୋ ଉଠେଇ ରଖନ୍ତୁ ନାହିଁ। ସର୍ବସାଧରଣ ସ୍ଥାନ ରେ ମିଳୁ ଥିବା ଫ୍ରୀ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ। ଭିଡ଼ିଓ କଲ ରେ କୌଣସି ଅଚିହ୍ନା ବ୍ୟକ୍ତି ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ | “ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ଲିଙ୍ଗରାଜ ସେଠି ଛାତ୍ରଛାତ୍ରୀ ମାନଙ୍କର ବହୁ ପ୍ରଶ୍ନର ଉତ୍ତର ଦେଇଥିଲେ ତଥା ସାଇବର ସିକ୍ୟୁରିଟିରେ କିପରି ନିଜର ଜୀବିକା ଗଢି ହେବ ସେ ଦିଗରେ ବିଶେଷ ଦୃଷ୍ଟିପାତ କରିଥିଲେ| ନିଜ ବକ୍ତ୍ୟବରେ ଶ୍ରୀ ସେଠି କହିଲେ ଯେ “ଆଗାମୀ ଦିନରେ ନିଜ ବୈଷୟିକ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡିବ | କୌଣସି ଅଜଣା ଲୀଙ୍କରେ କ୍ଲିକ୍ କରନ୍ତୁ ନାହିଁ , ଅଜଣା ଆପ ଗୁଡିକୁ ଡିଲିଟ କରିଦିଅଁନ୍ତୁ| ନିଜ ସମ୍ବନ୍ଧ ରେ ଥିବା ସମସ୍ତ ନଥିପତ୍ର ଭୁଲବଶତଃ କାହାକୁ ଚାଟ ରେ ପଠାନ୍ତୁ ନାହିଁ ଓ ଫୋଟ ତଳେ ଜାଗାର ନାଁ ଉଲ୍ଲେଖ କରନ୍ତୁ ନାହିଁ |ସାଇବର ସିକ୍ୟୁରିଟି ଟୋଲ ନମ୍ବର ୧୯୩0 ରେ କଲ କରି ସୁରକ୍ଷିତ ରୁହନ୍ତୁ | ସାମାଜିକ ଗଣ ମାଧ୍ୟମ ପ୍ରତି ସଜାଗ ଓ ସତର୍କ ରୁହନ୍ତୁ “| ଶ୍ରୀ ଦାସ ନାୟକ ଆହୁରି କହିଲେ ଯେ ଆଗାମୀ ଦିନରେ ବିଭିନ କଲେଜ ତଥା ବିଶ୍ବବିଦ୍ୟାଳୟ ଗୁଡିକରେ ଏହି ପରି କାର୍ଯ୍ୟକ୍ରମ ଆୟୋଜିତ ହେବ | ମହର୍ଷି ଓମେନ୍ସ କଲେଜର ଶ୍ରଦ୍ଧା ସୁମନ ଖୁଣ୍ଟିଆ,ବିଜେବି କଲେଜର ଶ୍ରାବଣୀ ସାମନ୍ତରାୟ, ମହର୍ଷି ଓମେନ୍ସ କଲେଜର ଜ୍ୟୋତି, ଶୈଳବାଳା ଓମେନ୍ସ ସ୍ଵୟଂଶାସିତ କଲେଜର ଭବାନୀ ମହାପାତ୍ର,ବିନାୟକ ଆଚାର୍ଯ୍ୟ କଲେଜର ଶ୍ରୀ ରାଜ ନାହାକ, ମହର୍ଷି ଓମେନ୍ସ କଲେଜର ପୂନମ ସ୍ଵାଇଁ ପ୍ରମୁଖ ୱେବିନାରରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। କାର୍ଯ୍ୟକ୍ରମ ଶେଷରେ ମୋ କଲେଜର ଶ୍ରୀମତୀ ଚଇତାଳି ସୋମ ଧନ୍ୟବାଦ ଅର୍ପଣ କରିଥିଲେ I
ରିପୋର୍ଟ : ରଜତ କୁମାର ମହାପାତ୍ର