ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରେ କେତେକ ଯୁବକ ମିଳିତ ଭାବେ ମେ ଆଇ ହେଳ୍ପ ୟୁ, ମୋ ପରିବାର ନାମକ ଏକ ନୂତନ ସଂସ୍ଥା ଗଠନ କରିଛନ୍ତି । ଗତ ଶୁକ୍ରବାରରେ ସେ ଶାନ୍ତିଆ ଗାନ୍ଧିଆଶ୍ରମ ପରିସରରେ ବୃକ୍ଷରୋପଣ, ଅନ୍ତେବାସୀଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ ଓ ମାକ୍ସ ଲଗାଇଆ ଆବଶ୍ୟକତା ସଂପର୍କରେ ସଚେତନତା କରିଥିଲେ । ଜଳେଶ୍ୱର ବଜାରର କେତେକ ସମ୍ବେଦନଶୀଳ ସ୍ଥାନକୁ ପକ୍କା ପରିଚ୍ଛନ୍ନ କରିବା ସଂପର୍କରେ ମଧ୍ୟ ଏକ ଆଲୋଚନାଚକ୍ରରେ ସିଦ୍ଧାନ୍ତ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ଆବାହକ ଜଗନ୍ନାଥ ପରିଡା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ସଦସ୍ୟ ସତ୍ୟବ୍ରତ ପ୍ରମାଣିକ ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଶୁତୋଷ ଜେନା, ଚନ୍ଦନ ପାତ୍ର, ଅଜିତ୍ ଜେନା, ତୁଫାନ ଆଚାର୍ଯ୍ୟ ଓ ଇପ୍ସିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସେ କେତେକ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା