ଜଳେଶ୍ୱର (ସମୃଦ୍ଧ ଓଡିଶା) ମୋ ସ୍କୁଲ ଅଭିଯାନ ଶିକ୍ଷା ବିଭାଗର ଅନୁଷ୍ଠାନ ଗୁଡିକର ଭିତ୍ତି ଭୂମୀ ସୁଦୃଢ କରିବାରେ ଏକ ମାଇଲଖୁଣ୍ଟଭାବେ କାର୍ଯ୍ୟ କରୁଛି । ଏହି ଯୋଜନାରେ ପୁରାତନ ଛାତ୍ରମାନଙ୍କୁ ସଂଶ୍ଳିଷ୍ଟ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରିବାରେ ଏକ ଅଭିନବ ପ୍ରୟାସ ବୋଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ଶାନ୍ତିଆ ଗ୍ରାମରେ ଥିବା ଶ୍ରୀନାଥଚନ୍ଦ୍ର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ୬ ଗୋଟି ପ୍ରକଳ୍ପ ଲାଗି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛମାନେ ୬ଲକ୍ଷ ୧୫ହଜାର ଟଙ୍କା ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଜମା କରି ୧୮ଲକ୍ଷ୪୫ହଜାର ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଂପାଦକ ଏଥିଲାଗି ଦାତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ମୋ ସ୍କୁଲ ଅଭିଯାନ ଓ ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ ଲଗାତର ସଫଳତା ଲାଗି ଡିଇଓ ଶ୍ରୀ ଗିରି ପ୍ରାସଂସାପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା