

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମେଡିକାଲ କ୍ୟମ୍ପସ୍ ହାଇସ୍କୁଲର ପୁରାତନ ଛାତ୍ରମାନେ “ମୋ ସ୍କୁଲ ଯୋଜନା” ମାଧ୍ୟମରେ ୧ଲକ୍ଷ୧୮ହଜାର ଟଙ୍କା ପ୍ରଦାନ କରିଛନ୍ତି । ଦାନରାଶି ଗ୍ରହଣ କରିବା ପରେ ବିଦ୍ୟାଳୟ ପକ୍ଷରୁ ଏହି ଛାତ୍ରମାନଙ୍କ ପାଇଁ ସ୍ୱାଗତ ସମ୍ୱର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୌଦାମିନୀ ପଟ୍ଟନାୟକ ପୌରହିତ କରିଥିବା ବେଳେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ପୁରାତନ ଛାତ୍ରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପୁରାତନ ୧୯୯୯-୨୦୦୦ ମସିହାର ଛାତ୍ରମାନେ ସବ୍ୟସଚୀ ମିଶ୍ର, ରାମକୃଷ୍ଣ ବସନ୍ତିଆ, ରମାକାନ୍ତ ମହାନ୍ତି, ନଳୀନି ସାହୁ, ରଘୁନାଥ ପଣ୍ଡା, ଅଶ୍ୱୀନୀ ଶତପଥୀ, ଅମିତ ପାଳା, ସୌମେନ୍ଦ୍ର ସୁବୁଦ୍ଧି, ଝୁଲଣ ଜେନା ପ୍ରଭୃତି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଦ୍ୟାଳୟ ପକ୍ଷରୁ କବାଡି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା ଯେଉଁଥିରେ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

