
ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଏନ.ଏନ.ଏସ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ୍ର ପ୍ରତୀକ ପୁଣ୍ୟାତ୍ମା ଉତ୍କଳମଣି ଗୋପନବନ୍ଧୁ ଦାସଙ୍କ ୯୧ ତମ ଶ୍ରାଦ୍ଧ ଦିବସ ଅବସରରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା ସ୍ଥିତ ଗୋପବନ୍ଧୁ ସେବା ଗ୍ରାମ ଠାରେ ପାଳନ କରାଯାଇଛି । ଏହି ଅବସରରେ ସ୍ୱତନ୍ତ୍ର ଓଡିଶା ଗଠନ ସହ ପ୍ରାକୃତିକ ଦୁର୍ବିପାକ ସମୟରେ ଉତ୍କଳମଣିଙ୍କ ମାନବ ସେବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଗୋପବନ୍ଧୁଙ୍କ ଆଦର୍ଶ କାର୍ଯ୍ୟଧାରାରେ ଅନୁପ୍ରାଣିତ ହେବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଏହାପରେ ୧୯୯୦ ପ୍ରଳୟଙ୍କରୀ ବନ୍ୟା ପରେ ବନ୍ୟା ଦୁର୍ଗତଙ୍କୁ ଥାଇଥାନା ପାଇଁ ଗୋପବନ୍ଧୁଙ୍କ ମାନସ ସନ୍ତାନ ଲୋକ ସେବକ ମଣ୍ଡଳ ପକ୍ଷରୁ ନିର୍ମିତ ଗୋପବନ୍ଧୁ ସେବାଶ୍ରମରେ ଥିବା ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମିତି ସଭ୍ୟ ତୋଫାନ ସ୍ୱାଇଁ, ସାମ୍ବାଦିକ ବିନାୟକ ଦାଶ, ସାମାଜିକ କର୍ମୀ ବିଟୁ ଗୌଡ଼, ତ୍ରିଲୋଚନ ବେହେରା, ବୃନ୍ଦାବନ ସେଠି, ଶ୍ରୀକାନ୍ତ ନାୟକ, ଭଗବାନ ସେଠି, ଗୌରାଙ୍ଗ ସେଠି, କାଶୀନାଥ ବେହେରାଙ୍କ ସମେତ ଗ୍ରାମବାସୀମାନେ ଯୋଗଦେଇ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା