

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୌଳାଭଞ୍ଜା ସେବା ସମବାୟ ସମିତିରେ କୃଷିଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ସେବା ସମବାୟ ସମିତିର ସଭାପତି ଶ୍ରୀ ଗୋପାଳକୃଷ୍ଣ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଏହାସହ ମେଳାରେ ସମିତିର ସଭାପତି ସମିତିରେ ଲେଖିଥିବା ଚାଷୀ ଭାଇମାନଙ୍କୁ ସେମାନଙ୍କ ଋଣ ବଣ୍ଟନ କରିବା ସହ ଋଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଶେଷରେ ଋଣ ବଣ୍ଟନ କରାଯାଇ ସଭା କାର୍ଯ୍ୟକୁ ଶେଷ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଭ୍ୟ ତୋଫାନ ସ୍ୱାଇଁ, ସମିତିର ସମ୍ପାଦକ ଶ୍ରୀ ବିପିନ ବିହାରୀ ଷଡ଼ଙ୍ଗୀ, ସମିତିର ସଦସ୍ୟ ପରିଚାଳନା, ସମିତିର କର୍ମକର୍ତ୍ତା ଓ ଚାଷୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





