ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ପାଳନ

ଭୁବନେଶ୍ୱର(ସମୃଦ୍ଧଓଡିଶା)କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟରେ ପ୍ରତ୍ୟେକଟି ଶିକ୍ଷାନୁଷ୍ଠାନରେ ୭ ଦିନ ବ୍ୟାପୀ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସାପ୍ତାହିକ କାର୍ଯ୍ୟକ୍ରମରେ ଦ୍ଵିତୀୟ ଦିବସରେ ଆଜି ବିଦ୍ୟାର୍ଥୀଙ୍କ ମୂଳଦୁଆ ଶିକ୍ଷାକୁ ଗୁରୁତ୍ବ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ( ଏଫ.ଏଲ.ଏନ୍. ଦିବସ) ପାଳନ କରାଯାଇଛି ।ଏହାକୁ ପାଥେୟ କରି ଓଡ଼ିଶାରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ପାଳନ କରାଯାଇଥିବା ଖବର ଆମର ହସ୍ତଗତ ହୋଇଛି । 

ରିପୋର୍ଟ : ରଜତ ମହାପାତ୍ର