ମ୍ୟାଟ୍ରିକ ପରୀକ୍ଷା ପାଇଁ ସୁରକ୍ଷା ସହିତ ପ୍ରଶ୍ନପତ୍ର ଗଚ୍ଛିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକରେ ଆସନ୍ତା ୧୯ ତାରିଖରେ ମ୍ୟାଟ୍ରିକ ପରୀକ୍ଷା ହେବାକୁ ଥିବାରୁ ୨୯୦୭ ଜଣ ରେଗୁଲାର ୯୮ଜଣ ମଧ୍ୟମା ଓ ୧୫୧ଜଣ ଏସ୍‌ଓଏସ୍‌ଇ ଯୋଜନାରେ ପରୀକ୍ଷା ଦେଉଥିବା ଜଣାଯାଇଛି । ଏଥିଲାଗି ପ୍ରଥମ ୩ଦିନ ସାହିତ୍ୟ, ଇଂରାଜୀ ଓ ସଂସ୍କୃତ ପ୍ରଶ୍ନପତ୍ର ଏଠାରେ ପହଞ୍ଚିଥିବାରୁ ସୁରକ୍ଷା ସହିତ ସୁରକ୍ଷିତ ରଖାଯାଇଛି । ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଆଇଆଇସି ଧନେଶ୍ୱର ସାହୁ ଓ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ରହିଥିବା ବେଳେ ପୁଲିସ୍ ଦିବାରାତ୍ର ଜଗି ରହିଛି । ପ୍ରତିଦିନ ୧୦ଟାରୁ ୧୨.୩୦ ପର୍ଯ୍ୟନ୍ତ ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ହେବାକୁଥିବାବେଳେ ମଧ୍ୟମା ପରୀକ୍ଷା ୧.୩୦ରୁ୪ଟା ଅନୁଷ୍ଠିତ ହେବ । ଗଣିତ ପରୀକ୍ଷାରେ ୧୫ ମି. ଅଧିକ ସମୟ ମିଳିବ । ଏଠରେ ଜଳେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟକୁ ହବ୍ ସେଷ୍ଟର କରାଯାଇଥିବାରୁ ସେଠାରୁ ପ୍ରତିଦିନ ୫ଟି ଟିମ୍ ସକାଳ ୬.୩୦ରୁ୮.୩୦ମଧ୍ୟରେ ୧୭ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ସୁରକ୍ଷିୀତ ଭାବେ ନେବାର ବ୍ୟବସ୍ଥା ସଂପର୍କରେ ନୋଡାଲ ଇନ୍‌ଚାର୍ଜ ଶଶିକାନ୍ତ ପ୍ରଧାନ ଓ ଡେପୁଟି ନୋଡାଲ ବିଦ୍ୟାପତି ଦେ ପ୍ରକାଶ କରିଛନ୍ତି । ସମଗ୍ର ଜିଲାରେ ୫୪ଟି କ୍ରେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବା ବେଳେ ଉତ୍ତର ବାଲେଶ୍ୱରର ଜଳେଶ୍ୱର ବ୍ଲକରେ ୮ଟି, ଭୋଗରାଇ ବ୍ଲକରେ ୮ଟି, ବସ୍ତା ବ୍ଲକରେ ୬ଟି ଓ ବାଲିଆପାଳ ବ୍ଲକରେ ୬ଟି ଏପରି ମୋଟ ୨୮ଟି ସିସି କ୍ୟାମେରା ଲାଗିଥିବାରୁ ଉତ୍ତର ବାଲେଶ୍ୱରର ଅଭିଭାବକମହଲରେ ତ୍ରୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା