ମ୍ୟାଡ଼ାମ ପିଙ୍କି ପ୍ରଧାନଙ୍କ ସିଧା ନଜର ନବୀନଙ୍କ ଉପରେ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ଦିଗପହଣ୍ଡି ବିଧାନ ସଭା ଆସନରୁ ଗତ ନିର୍ଵାଚନରେ ଲଢ଼ି ପରାଜିତ ହୋଇଥିବା ବିଜେପି ନେତ୍ରୀ ତଥା ଜଣାଶୁଣା ଅଭିନେତ୍ରୀ ମ୍ୟାଡ଼ାମ ପିଙ୍କି ପ୍ରଧାନଙ୍କ ସିଧା ନଜର ମୂଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପଢିଛି । ନବୀନ ପଟ୍ଟନାୟକ ସରକାର ୫ ଟି ଯାହା ଚଲାଇଛନ୍ତି ତାହା ଏକ ପ୍ରହସନ ପାଲଟିଛି । ନବୀନ ସରକାରରେ କେବଳ ୩ ଏମର ରାଜୁତି ଚାଲିଛି ବୋଲି ପିଙ୍କି କହିଛନ୍ତି । ୩ ଏମ ର ଅର୍ଥ ବୁଝାଇ ସେ କହିଛନ୍ତି ଯେ, ମଦ, ମାଂସ ଓ ମାଫିଆ । ସେ କହିଛନ୍ତି ଯେ, ଏ ସରକାର ହେଉଛି ମହିଳା ବିରୋଧୀ ସରକାର । ଏହି ସରକାର ମୋ ସରକାର କହୁଛି, ମୋ ପରିବାର କଥା କହୁଛନ୍ତି, ମୋ ପୁଲିସ କହୁଛି, ସବୁ କିଛି ମୋର କହୁଛି । କିନ୍ତୁ ଯେତେବେଳେ ମହିଳାଙ୍କ କଥା ଆସୁଛି ସେତେବଳେ ସରକାରଙ୍କ ମୋ ଇଜତ୍‌ ବୋଲି କହୁନାହାନ୍ତି କାହିଁକି । ନାରୀ ସଶକ୍ତିକରଣ କଥା କହୁହାଯାଉଛି । ହେଲେ ଯାଜପୁର, କେନ୍ଦ୍ରାପଡ଼ାରେ କ’ଣ ଘଟିଲା ତାହା ଓଡ଼ିଶାବାସୀ ଜାଣୁଛନ୍ତି । ଏଠି ମହିଳାମାନେ ନ୍ୟାୟ ପାଉନାହାନ୍ତି ବୋଲି ସେ କହିଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍‌ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଏହି ପରିପ୍ରେକ୍ଷୀରେ ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋଚିଫ ନିମାଇଁ ଚରଣ ପଣ୍ଡା