ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତବର୍ଷରୁ ମାରାତ୍ମକ ଯକ୍ଷ୍ମାରୋଗ କବଳରୁ ମୁକ୍ତ କରିବାର ସଚେତନତା ବାର୍ତ୍ତା ନେଇ ଭଦ୍ରକ ରୋଟାରୀ କ୍ଲବର ସଭ୍ୟ ରୋଟାରିଆନ୍ ତ୍ରିଲୋଚନ ମହାଳିକ ଚଳିତବର୍ଷ ମାର୍ଚ୍ଚମାସ ୨୪ ତାରିଖ ଜାତୀୟ ଯକ୍ଷ୍ମାଦିବସ ଅବସରରେ ଭଦ୍ରକରୁ ବାହାରି ଓଡିଶା, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣଟକ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ, ହରିଆନା, ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଂଗ ପ୍ରଭୃତି ୨୨ଟି ର।।ଜ୍ୟରେ ଥିବା ପ୍ରମୁଖ ଜିଲା ଓ ସହରାଞ୍ଚଳରେ ପଥପ୍ରାନ୍ତ ସଭା କରିବା ସହିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଯକ୍ଷ୍ମାରୋଗ ଭୟାବହତା ଓ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି କରି ଆସୁଛନ୍ତି । ପୃଥିବୀର ସମଗ୍ର ଦେଶର ଥିବା ଯକ୍ଷ୍ମାରୋଗୀଙ୍କ ମଧ୍ୟରୁ ୭୫ଭାଗ ଯକ୍ଷ୍ମାରୋଗୀ ଭାରତରେ ଅଛନ୍ତି । ଦେଶରେ ପ୍ରତି ୨ ମିନିଟ୍ ଅନ୍ତରରେ ୩ ଜଣଙ୍କର ମୃତ୍ୟୁ ଘଟୁଛି । ୨୦୩୦ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବାପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତବର୍ଷରେ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରାଯିବାକୁ କେନ୍ଦ୍ର ସରକାର କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ଦିଲ୍ଲୀଗସ୍ତରେ ଯାଇଥିବା ବେଳେ ରୋଟାରିଆନ୍ ମହଳିକ କେନ୍ଦ୍ର ମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କୁ ସାକ୍ଷାତ କରିବା ସଂଗେ ସଂଗେ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ବୋଲି ସେ ଜଳେଶ୍ୱର ଗସ୍ତରେ ଆସି ପହଞ୍ଚିବାପରେ ଗଣମାଧ୍ୟମକୁ ସୂଚନଦା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରୋଟାରିଆନ୍ ମହାଳିକଙ୍କୁ ଜଳେଶ୍ୱର ଇନ୍ ହୋଟେଲ ପରିସରରେ ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ସଭାପତି ଡ. ଲଳିତ ରଂଜନ ସେନାପତି, ଉପଦେଷ୍ଟା ସୁକୁମାର ରଣା, ଉପସଭାପତି ଅଜିତ୍ କୁମାର ମହାନ୍ତି, ସର୍ଜେଣ୍ଟ ଏଟ୍ ଆର୍ମସ୍ ଅଶ୍ୱିନୀ କୁମାର ପାଠୀ ପ୍ରମୁଖ ରୋଟାରିଆନ୍ ମହାଳିକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସେହିପରି ଜଳେଶ୍ୱର ଶିକ୍ଷକ-ଶ୍ରମିକ କର୍ମଚାରୀ ସମ୍ମନ୍ନୟ ସମିତିର ସଂପାଦକ ଦିଲ୍ଲୀପ ଗିରି ମଧ୍ୟ ତାଙ୍କୁ ଏହିସ ଅବସରରେ ସମ୍ବର୍ଦ୍ଧନା ଦେବା ସହ ତାଙ୍କ ସଚେତନତା କାର୍ଯ୍ୟକ୍ରମକୁ ଭୁୟିୟସି ପ୍ରଶଂସା କରିଥିଲେ । ଚଳିତମାସ ୫ ତାରିଖରେ ସେ ଭଦ୍ରଖ ଠାରେ ପଂଞ୍ଚିବେ ବୋଲି ସୂଚନା ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା