
ଚିକିଟି (ସମୃଦ୍ଧ ଓଡିଶା) ପାତ୍ରପୁର ବ୍ଲକ ଖରିଆଗୁଡା ଯାତ୍ରୀ ବିଶ୍ରାମାଗାରରେ ଗତ କିଛି ଦିନ ହେଲା ଜଣେ ଯୁବକ ଅସହାୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ସେ ଭିକ ମାଗୁଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ଠିକ ଭାବେ ସେ କଥା କହିପାରି ନାହାନ୍ତି । ଏହାସହ ଶରୀର ଦୁର୍ବଳ ହୋଇଯାଇଛି । ତାଙ୍କ ବୟସ ୩୦ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନିଜ ଘର କେଲୁଆ ଓ ନାମ ନାରାୟଣ ବୋଲି ଯୁବକ ଜଣକ କହୁଛନ୍ତି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଯୁବକଙ୍କୁ ପରିବାରବର୍ଗଙ୍କ ନିକଟରେ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା