ଯୁକ୍ତ ଦୁଇ ନାମ ଲେଖା ଅର୍ଥ କୁ ନେଇ ଅସନ୍ତୋଷ

ସୋରଡା(ସମୃଦ୍ଧଓଡିଶା)24/07/24 ରାଜ୍ୟ ରେ ଏବେ ଯୁକ୍ତ ଦୁଇ ନାମଲେଖା ଆବେଦନ ଚାଲିଛି। ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏବେ ଯୁକ୍ତ ଦୁଇ ନାମ ଲେଖା ପାଇଁ ବିଦ୍ୟାର୍ଥୀ ମାନେ ଆବେଦନ କରୁଛନ୍ତି । ଏ ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ନାମ ଲେଖା ବାବଦ କୁ ଅର୍ଥ ନିର୍ଧାରିତ କରାଯାଇଛି। ତେବେ ଏହି ଅର୍ଥ କୁ ନେଇ ବର୍ତମାନ ବିଦ୍ୟାର୍ଥୀ ମାନଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି। ସୋରଡା ରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓ ପ୍ରକାଶ ଚନ୍ଦ୍ର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଉଭୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାମଲେଖା ବାବଦ କୁ ପିଲାଙ୍କ ଠାରୁ ୫ ହଜାର ରୁ ଉର୍ଦ୍ଧ ଟଙ୍କା ଆଦାୟ କରାଯାଉଛି। ଏହାକୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏହି ଅର୍ଥ ମାତ୍ର ୧୦୦୦ ରୁ ୨୦୦୦ ମଧ୍ୟ ରେ ସୀମିତ ଥିବା ବେଳେ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏହି ଅର୍ଥ ୫୦୦୦ ରୁ ଉର୍ଦ୍ଧ ରହିଛି। ପୂର୍ବେ ଏହି କଲେଜ ଗୁଡିକ ଅନୁଦାନ ପ୍ରାପ୍ତ ରୁ ବଞ୍ଚିତ ଥିଲା ତେଣୁ ଡେଭ୍ଲପମେଣ୍ଟ ନାମ ରେ ଏହି ଅର୍ଥ ଆଦାୟ କରାଯାଉଥିଲା  ଯେଉଁଥିରେ ବିଲଡିଙ୍ଗ ଫି ସମେତ, ଅତିଥି ଶିକ୍ଷକ ସମେତ କଲେଜ ଅଧ୍ୟାପକ ମାନେ ଡି ଏ ବାବଦ କୁ ଏଥିରୁ ନେଉଥିଲେ, କିନ୍ତୁ ବର୍ତମାନ ରାଜ୍ୟ ସରକାର ସମସ୍ତ କଲେଜ କୁ ୫ ଟି ନାମ ରେ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି, ଯେଉଁଥିରେ ଶ୍ରେଣୀ ଗୃହ, ସମେତ ଅନ୍ୟାୟନ ଉନ୍ନୟନ କାର୍ଯ୍ୟ କରୁଛନ୍ତି। ଏପରିକି ଅଧ୍ୟାପକ ମାନଙ୍କ ଦରମା ମଧ୍ୟ ବଢିଛି। ୧୦ ରୁ ୨୦ ହଜାର ଦରମା ପାଉଥିବା ଅଧ୍ୟାପକ ଏବେ ପାଖାପାଖି ୮୦ ହଜାର ଦରମା ପାଉଛନ୍ତି। ଏପରି ସ୍ଥିତି ରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ୫ ହଜାର ରୁ ଉର୍ଦ୍ଧ ଟଙ୍କା ଆଦାୟ କୁ ନେଇ ଅଭିଭାବକ ଙ୍କ ମନ ରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାର୍ଥୀ ଙ୍କ ମାନଙ୍କ ଠାରୁ ଆଦାୟ ଅର୍ଥ ରେ ଗୋଟିଏ ପରିଚୟ ପତ୍ର, ଗୋଟିଏ ହଳ ପୋଷାକ ଓ ଗୋଟିଏ ବେଗ ଦିଆଯାଉଛି, ଯାହା ମଧ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି। ଏପରିକି ଏସ ସି , ଏସ ଟି ପିଲା ମାନଙ୍କୁ ମଧ୍ୟ କୌଣସି ରିହାତି ନାହିଂ। ସୋରଡା ରେ ଉପାନ୍ତ ଅଞ୍ଚଳରୁ ଆସୁଥିବା ବିଦ୍ୟାର୍ଥୀ ଏତେ ଅଧିକ ଅର୍ଥ କୁ ନେଇ ଚିନ୍ତା ରେ ରହିଛନ୍ତି। କେବଳ କଳା ବିଭାଗ ପାଠ୍ୟକ୍ରମ ପାଇଁ ଏତେ ଟଙ୍କା ପିଲାଙ୍କୁ ବୋଝ ସଦୃଶ୍ୟ ହେଲାଣି। ପ୍ରଥମ ବର୍ଷ ନାମଲେଖା ବାବଦ କୁ ୫ ହଜାର ରୁ ଉର୍ଦ୍ଧ ଟଙ୍କା  ଆଦାୟ କରାଯାଉଥିବା ବେଳେ ପୁଣି ଥରେ ଦ୍ଵିତୀୟ ବର୍ଷ ନାମ ଲେଖା ପାଇଁ ପାଖାପାଖି ୪୦୦୦ ଟଙ୍କା ବାନ୍ଧିବାକୁ ପଡୁଛି।  ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ପାଇଁ ପିଲାଙ୍କୁ ପାଖାପାଖି ୧୦୦୦୦ ଟଙ୍କା କେବଳ ନାମଲେଖା ବାବଦ କୁ ଦେବାକୁ ପଡୁଛି। ଅନ୍ୟପଟେ ବର୍ତମାନ ସରକାର ବିଭିନ୍ନ ସରକାରି ଉନିତ ଉଚ୍ଚ ବିଦ୍ୟାଳୟ ମାନଙ୍କ ରେ ଏହି ଅର୍ଥ ମାତ୍ର ୧୨୫୦ ରଖିଛନ୍ତି। ଏହା କୁ ନେଇ ଏବେ ଅସନ୍ତୋଷ ଦେଖା ଦେଇଛି। ଗୋଟିଏ ପଟେ ସରକାରୀ କଲେଜ ରେ  ଏତେ କମ ଟଙ୍କା ରେ ନାମ ଲେଖା ଯାଉଥିବା ବେଳେ ଅନୁଦାନ ପ୍ରାପ୍ତ କଲେଜ ଗୁଡିକ ଏତେ ଟଙ୍କା ଆଦାୟ କୁ ନେଇ ଅଭିବାବକ ଙ୍କ ମନ ରେ ଅସନ୍ତୋଷ ଦେଖା ଦେଇଛି। ସରକାର ଏଥିପ୍ରତି ଦ୍ରୁଷ୍ଟି ଦେବା ସହ ନାମ ଲେଖା ବାବଦ କୁ ଅର୍ଥ କମ କରିବା ପାଇଁ ଏବେ ବିଭିନ୍ନ ମହଲ ରେ ଦାବି ହେବାରେ ଲାଗିଛି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ