
ଶେରଗଡ଼ (ସମୃଦ୍ଧ ଓଡିଶା) ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଧୀରଜ ମହାବିଦ୍ୟାଳୟ ଅଭୁତ ସଫଳତା ହାସଲ କରିଛି । ଶେରଗଡ ବ୍ଳକ ସ୍ତରରେ ଧୀରଜ ବାଡତ୍ୟା ୪୮୩ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ସାଗରୀ ସ୍ୱାଇଁ ୪୦୦ ନମ୍ବର ରଖି ଦ୍ଵିତୀୟ ଏବଂ ଦୀପ୍ତିମୟୀ ପାଣି ୩୯୮ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ରାଜ୍ୟରେ ପାସହାର ଶତକଡା ୭୦.୭୧ ରହିଥିବା ବେଳେ ଶେରଗଡ କଲେଜରେ ପାସହାର ଶତକଡା ୬୪ ଭାଗ ରଖି ସଫଳତା ହାସଲ କରିଛି । ଏହି କ୍ରମରେ ସମୁଦାୟ ୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଡିଭିଜନ 9ଜଣ ଦ୍ଵିତୀୟ ୧୬ ଓ ତୃତୀୟ ୧୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ମହଲରେ ଖୁସୀର ଲହରୀ ଖେଳି ଯାଇଛି ।
ରିପୋର୍ଟ-ବିପ୍ଳବ ସେଠୀ