ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଜଣାପଡିଛି l ସୂଚନା ଯେ, ଗ୍ରାମର ତ୍ରିନାଥ ପଲାଇଙ୍କ ପୁଅ ଉମାଚରଣ ପଲାଇ(୪୫)ଙ୍କ ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି l ଉମା ପୂର୍ବରୁ ମୁମ୍ବାଇରେ ରହୁଥିଲେ ସେ କିଛି ଦିନ ପୂର୍ବେ ମୁମ୍ବାଇରୁ ଆସି ଗୁରାବାଡ଼ି ଗ୍ରାମର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ l ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ୨୦ଦିନ ପୂର୍ବରୁ ଘରକୁ ଫେରିଥିଲେ l ଉମା ଆଜି ସକାଳ ୮.୩୦ସମୟରେ ଘରେ ଗାଧୋଇବାକୁ ଯାଇଥିଲେ ଓ ଗାଧୋଇ ସାରିଲା ପରେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଘରେ ସୋଇ ପଡ଼ିଥିଲେ l କିନ୍ତୁ ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ଘର ଲୋକ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ l କିନ୍ତୁ ତାଙ୍କୁ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି l ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଦେଇଛି l ଏକ ଅପମୃତ ମାମଲା ରୁଜୁ କରି ପୋଲିସ ଏହାର ତଦନ୍ତ ଚଳାଇଥିବା ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି l
ରିପୋର୍ଟ – ନିଲୁ ବିଷୋୟୀ