
ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ଜାନୁୟାରୀ ୨୩ରେ ନବ ନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ସମଗ୍ର ଓଡ଼ିଶାରୁ ହଜାର ହଜାର ଯୁବକ ଛାତ୍ର ନିଜ ସ୍ୱାର୍ଥର ଲଢ଼େଇ ସହ ଚାଷୀଙ୍କ ସମସ୍ୟା ନେଇ ଲଢ଼େଇ ଆରମ୍ଭ କରିବେ ଏବଂ ଓଡ଼ିଶାରେ ଦୀର୍ଘ ଦିନ ଧରି ଚାଷୀଙ୍କ ପେନସନକୁ ନେଇ ଯେଉଁ ଲଢ଼େଇ ଚାଲିଛି, ସେହି ଲଢ଼େଇର ସ୍ୱରକୁ ଯୁବକ ଛାତ୍ରମାନେ ଆହୁରି ତୀବ୍ରତର କରି ନିର୍ଣ୍ଣାୟକ ସ୍ଥିତିକୁ ପହଞ୍ଚାଇବେ ବୋଲି କହିଛନ୍ତି । ଜାନୁୟାରୀ ୨୩ ତାରିଖ ଦିନ ସମଗ୍ର ଓଡ଼ିଶା ପ୍ରଦେଶରୁ ଚାଷୀର ପେନସନ ପାଇଁ ଯୁବ ଛାତ୍ର ସଂଗଠନ ପକ୍ଷରୁ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀର ସ୍ୱାର୍ଥକୁ ନେଇ ଏକ ଖୋଲା ଚିଠି ମାଧ୍ୟମରେ ଜବାବ ମଗାଯିବ । ଏହାକୁ ନେଇ ଗଂଜାମ ଜିଲ୍ଲା ଛାତ୍ର ଯୁବକମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଛତ୍ରପୁର ଷ୍ଟେସନ ରୋଡ଼ ରାମ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଂଜାମ ଜିଲ୍ଲାର ପ୍ରତ୍ୟେକ ଗାଁ, ସହରର ଛାତ୍ର ଯୁବକମାନଙ୍କୁ ହଜାର ହଜାର ସଂଖ୍ୟାରେ ସାମିଲ କରାଯାଇ ସେହିଦିନ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ ହେବ । ସେ ନେଇ ଆଜି ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀଙ୍କ ଉପସ୍ଥିତିରେ ଏକ ସାଙ୍ଗଠନିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ଇଜୁ ଅମିନ ଖାନ ଓ ଜଲାଲ ଖାନ, ବିଶ୍ୱରଞ୍ଜନ ଦାସ, ଦୀପକ ରାଉଳ, ସୁବୋଧ ସୁମନ ସ୍ୱାଇଁ, ପ୍ରଦୀପ ନାହାକ, ମଶ ଗୌଡ଼, ଅଭିଷେକ ପଟ୍ଟନାୟକ, ଅନିଲ ରାଉଳ, ଦିବାକର ସେଠୀ, ଅକ୍ଷୟ ପ୍ରଧାନ, ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ସାଇପ୍ରସାଦ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





