

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଗାନ୍ଧି ଶାନ୍ତି କେନ୍ଦ୍ର । ଭୁବନେଶ୍ୱର ଖଣ୍ଡଗିରିରେ ଖୋଲିଥିବା ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହା ଗାନ୍ଧୀଙ୍କ ନୀତି ଆଦର୍ଶକୁ ପ୍ରତିପାଦିତ କରୁଥିବା ବେଳେ ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ସଂଗ୍ରହାଳୟ ନିର୍ମିତ ହୋଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ ପକ୍ଷରୁ ଏହି ଶାନ୍ତି କେନ୍ଦ୍ରକୁ ସ୍ଥାପିତ କରାଯାଇଛି ବୋଲି ବିର୍ଲାଗ୍ରୁପର ଶ୍ରୀମତି ରାଜଶ୍ରୀ ବିର୍ଲା କହିଛନ୍ତି । ଶାନ୍ତି କେନ୍ଦ୍ରକୁ ପରିଦର୍ଶନରେ ଆସୁଥିବା ଲୋକ ମାନେ ଗାନ୍ଧିଜୀଙ୍କ ନୀତି ଆର୍ଦଶ ଓ ଅହିଂସା ଉପରେ ଗାନ୍ଧିଜୀଙ୍କ ଭାବକୁ ଭଲ ଭାବରେ ଅନୁଭବ କରିପାରିବେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ଥିବା ସବୁ ଘର ବୁଲିକି ଦେଖିଥିଲେ ।ଆଉ କିଛି ସମୟ ପାଇଁ ଗାନ୍ଧୀଜିଙ୍କ ପତିମୂର୍ତି ସହିତ ବି ଫଟୋ ଉଠାଇଥିଲେ । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ଟାରୁ ସଂନ୍ଦ୍ୟା ୭ ଘଟିକା ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଯାହାକୁ ନେଇ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବା ବିଭିନ୍ନ ବ୍ୟକ୍ତି ଛାତ୍ରଛାତ୍ରୀମାନେ ଏଠାକୁ ଆସି ବୁଲିପାରିବେ ।
ରିପୋର୍ଟ : ଆକାଶ ମିଶ୍ର
