

ଢେଙ୍କାନାଳ (ସମୃଦ୍ଧ ଓଡିଶା) “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଜି ମେରାମଣ୍ଡଳୀ ଠାରେ “ଯୁବଶକ୍ତି”ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକଙ୍କ ନେତୃତ୍ବରେ ଛତିଶଗଡ଼ର ସୁକମା ଠାରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ୨୨ ଜଣ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ କ୍ୟାଣ୍ଡେଲ ଜାଳି ନିରବ ପ୍ରାର୍ଥନା କରିବା ସହ ଆହତଙ୍କ ଆସୁ ଆରୁଗ୍ୟ କାମନା କରାଯାଇଥିଲା । ଏହି ଘଟଣା ବଡ଼ ଦୁଃଖଦ ପୂର୍ଣ୍ଣ ଓ ଦୁର୍ଭାଗ୍ୟ ଜନକ ଘଟଣା, ସୁରକ୍ଷା କର୍ମୀ ଭାଇ ଭଉଣୀ ମାନେ ଦିନ ରାତି ଏକ କରି ଅହରହ ବଣ ପାହାଡ଼ ଦୁର୍ଗମ ଅଞ୍ଚଳରେ ଭୋକ ଉପାସରେ ରହି ନିଜର କାର୍ଯ୍ୟ ନିଭାଇ ସାରା ଭାରତ ବର୍ଷକୁ ସୁରକ୍ଷା ଦେଇଥାନ୍ତି । ଯାହା ଫଳରେ ଆମେ ଘରେ ଆମ ପରିବାର ସହ ଶାନ୍ତିରେ ସୋଇ ପାରୁ ଅଛନ୍ତି କିମ୍ବା କୌଣସି କାର୍ଯ୍ୟ ଆମେ କରି ପାରୁ ଅଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ ମାଓବାଦୀ ମାନଙ୍କୁ ପ୍ରଥମେ ସେମାନଙ୍କୁ ମୁଖ୍ୟ ସୂତରେ ଫେରାଇ ଆଣିବା ପାଇଁ ଚେଷ୍ଟା କରନ୍ତୁ । ଯଦି ସେମାନେ ସରକାରଙ୍କୁ କୌଣସି ପ୍ରକାର ସହଯୋଗ କରୁ ନାହାଁନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଅତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯାହା ଫଳରେ ସହିଦ ହୋଇ ଥିବା ୨୨ ଜଣ ବିର ଯବାନ ମାନଙ୍କ ପାଇଁ ହେବ ଶ୍ରେଷ୍ଟ ଶ୍ରଦ୍ଧାଞ୍ଜଳି । ଏହି କାର୍ଯ୍ୟକ୍ରମରେ “ଯୁବଶକ୍ତି”ର ଆଦିଲ ଖାନ, ଚିତ୍ତ ରଞ୍ଜନ ସାହୁ, ସୁଦର୍ଶନ ବାରିକ, ସରୋଜ ସିଂହ, ରମେଶ ସିଂହ, ସନ୍ଦୀପ ଶୁକ୍ଳା, ପ୍ରିନ୍ସ ମିଶ୍ର, ଭିସାଲ କୁମାର ପ୍ରମୁଖ ସାମିଲ ଥିଲେ ।