ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଯୁବ ଆଇନଜୀବୀ ପ୍ରଦୀପ କୁମାର ପାଢୀଙ୍କ ଅକାଳ ବିୟୋଗରେ ଗଜପତି ଜିଲ୍ଲାରେ ଶୋକର ଛାୟା ଖେଳାଇଦଇଛି । ମୃତ୍ୟୁ ବେଳକୁ ଆଇନଜୀବୀ ପାଢ଼ୀଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା । ହୃଦ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଆଜି ଖଞ୍ଜା ସାହି ଛକ ଠାରେ ଏକ ଶୋକ ଶୋଭା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାରେ ଏ ଅଞ୍ଚଳର ଜନସାଧାରଣ ଯୋଗଦେଇ କେଣ୍ଡାଲ ଲଗାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକ ସଭାରେ ବରିଷ୍ଠ ଆଇନଜୀବୀ ଅଶୋକ ପାଣିଗ୍ରାହୀ, କୃଷ୍ଣ ପଟନାୟକ, କାଶୀ ଦାସ, ବିଜୟ ହୋତା, ପ୍ରମୋଦ ପାଣିଗ୍ରାହୀ, ଭି.ଚନ୍ଦ୍ରଶେଖର ରାଓ ଏଡାଲା ରମୁଲୁ, ବରିଷ୍ଠ ସାମ୍ବାଦିକ ଗରୁଡ ଧ୍ୱଜ ଚୋୖଧୁରୀ, କୃଷ୍ଣ କୁମାର ବେହେରା ଚିକଲା ଶ୍ରୀନୁ, ଦିଲ୍ଲୀପ ଦାଶ ପ୍ରମୂଖ ଯୋଗ ଦେଇ ଆଇନଜୀବୀ ପାଢ଼ୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିବା ସହ ସେ ଜଣେ ଏକାଧାରରେ ଆଇନଜୀବୀ ସହ ସମାଜ ସେବୀ ମଧ୍ୟ ଥିଲେ ବୋଲି କହିଥିଲେ । ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଚକଲା ଶ୍ରୀନୁ ପରିଚାଳନା କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା