
ଜଳେଶ୍ୱର (ସମୃଦ୍ଧ ଓଡିଶା) ଭୋଗରାଇର ବ୍ଲକର ଦେଉଳା ଗ୍ରାମର ଯୁବ ଆଇନ୍ଜିବି ସୁବ୍ରତ କୁମାର ଦାସ (୩୦)ଙ୍କ ମୃତ୍ୟୁରେ ଜଳେଶ୍ୱର ବାର୍ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ବାର୍ ସଭାପତି ଅନୀଲ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନ୍ଜିବୀ ଚିନ୍ମୟ କୁମାର ଦାସ, ସତ୍ୟସୁନ୍ଦର ଦାସ, ନିତ୍ୟଗୋପାଳ ଦାସ, ଜିତାଂଶୁ ସେଖର ନନ୍ଦୀ, ଅବଧିତ ଜେନା, କୁଂଜ ବିହାରୀ ଦାସ, ମଦନମୋହନ ରାଉଳ, ପ୍ରକାଶ ଚନ୍ଦ୍ର ଦେ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମ।।ର ସଦ୍ଗତୀ କାମନା କରିବା ସହିତ ନିରବ ପ୍ରାର୍ଥନା କରିଥିଲେ । ଶୁଦ୍ଧିକ୍ରିୟାରେ ୫ହଜାର ଟଙ୍କା ସହାୟତା କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।