




ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା-ବେଲଗାଁ ପଞ୍ଚାୟତ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତା ର ଉଦଘାଟନ ଉତ୍ସବ ୦୧ ଡିସେମ୍ବର ୨୦୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଡାଃ ଶ୍ରୀମତୀ ଅମିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଓଡିଶା ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ଲିଃ ର ଚେୟାରମ୍ଯାନ ଶ୍ରୀ ଡି. ବିଶ୍ଵନାଥ, କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ମଶାଲ ଯାତ୍ରା ରୁ ଆରମ୍ଭ ଏହି କ୍ରୀଡା ସମାରୋହ ରେ ବିଦ୍ୟାର୍ଥୀମାନଙ୍କୁ ସବୁ ପ୍ରକାରର ପ୍ରତିଯୋଗିତା ରେ ସକ୍ରିୟ ଅଂଶ ଗ୍ରହଣ କରି ନିଜର ଲୁକକାୟିତ ପ୍ରତିଭା ଗୁଡିକୁ ପ୍ରଦର୍ଶନ କରିବା ନିମନ୍ତେ ମୁଖ୍ୟ ଅତିଥି ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥିଙ୍କ ସହ ଏହି ଯୁବ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଡାଃ ସୁଧାଂଶୁ ଶେଖର ସାହୁ ଏବଂ କ୍ରୀଡା ଶିକ୍ଷକ ଶ୍ରୀ ନୀଳାଞ୍ଚଳ ସାହୁ ଙ୍କ ସହ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା କର୍ମଚାରୀ ମାନେ ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗିତା ଜନିତ ଶପଥ ପାଠ କରାଇ ପ୍ରତିଯୋଗିତା ର ଶୁଭାରମ୍ଭ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ଓ ସମସ୍ତ ବିଦ୍ୟାର୍ଥୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ୍ : ରଜତ ପଟ୍ଟନାୟକ