ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା-ବେଲଗାଁ ପଞ୍ଚାୟତ ସ୍ଥିତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସେବା କାର୍ଯ୍ୟକଳାପର ଉଦଘାଟନ ଉତ୍ସବ ୦୪ ଡିସେମ୍ବର ୨୦୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଡାଃ ଶ୍ରୀମତୀ ଅମିତା ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବେଲଗାଁ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଡେଣ୍ଟ ଡାଃ. ସୁବ୍ରତ କୁମାର ବେହେରା ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଅବସର ପ୍ରାପ୍ତ ଆୟୁର୍ବେଦିକ ଚିକିତ୍ସକ ଡାଃ. ବିପିନ ବିହାରୀ ସାହୁ ଏବଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ରଘୁନାଥ ବିଦ୍ୟାପୀଠ, ବେଲଗାଁ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଧାକାନ୍ତ ପାଢୀ ଏବଂ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷା ବିଭାଗ ଅଧ୍ୟାପକ ତଥା ଯୁବ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଡାଃ. ସୁଧାଂଶୁ ଶେଖର ସାହୁ କାର୍ଯ୍ୟକ୍ରମକୁ ଦ୍ଵୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ “ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା” ପ୍ରସଙ୍ଗ ଉପରେ ସମସ୍ତ ଅତିଥି ଆଲୋଚନା କରିବା ସହ ବିଦ୍ୟାର୍ଥୀ ମାନଙ୍କ ପ୍ରକୃତ ଭୂମିକା ସମ୍ପର୍କରେ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ତଥା ଯୁବ ଓଡିଶା କାର୍ଯ୍ୟକ୍ରମ ର ସାମାଜିକ ସେବା କାର୍ଯ୍ୟକଳାପ ସଂଯୋଜକ ଶ୍ରୀଯୁକ୍ତ ମାନସ ରଞ୍ଜନ ପଟ୍ଟନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ର ସଂଚାଳନ କରିଥିଲେ ଏବଂ ଓଡିଆ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ କାଳୁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ଓ ସମସ୍ତ ବିଦ୍ୟାର୍ଥୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l
ରିପୋର୍ଟ : ରଜତ ପଟ୍ଟନାୟକ