



ପାରଲାଖେମୁଣ୍ଡି (ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁରରେ ଥିବା ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ଯୁବ ଓଡିଶା’ ‘ନବୀନ ଓଡିଶା’ ପକ୍ଷରୁ କ୍ରୀଡା ଓ ସଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନ ଉତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉଦଯାପନ ଉତ୍ସବରେ ଅତିଥି ରୂପେ ଯୋଗଦେଇ ଜିଲ୍ଲା ବିଜେଡି ନେତା ତଥା ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ସମବେତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାସହିତ କ୍ରୀଡାର ଆବଶ୍ୟକତା ବିଷୟରେ ନିଖୁଣ ଭାବେ ସୂଚନା ଦେଇ ଥିଲେ । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଭିନ୍ନ ଶିଶୁ ଯୋଜନା ବିଷୟରେ ଆଲୋକପାତ କରିବା ସହ ଭଲ ପାଠ ପଢିବା ପାଇଁ ମୁଖ୍ୟମନ୍ତ୍ରୀ କିଭଳି ଉଚ୍ଚ ଶିକ୍ଷା ଯାଏଁ ମାଗଣାରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ସେ ବିଷୟରେ ଅବଗତ କରାଇଥିଥିଲେ । ଛାତ୍ରଛାତ୍ରୀମାନେ ଉତ୍ସାହ ସହ ଡ଼ଃ ପାଣିଗ୍ରାହୀଙ୍କ ଆଦର୍ଶ ଉପଦେଶ ପ୍ରତି ଅନୁପ୍ରାଣିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋବରା ତିରୁପତି ରାଓ, ଗୁମ୍ମା ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତୀ ସୁନେମି ମଣ୍ଡଳ, ମୁଖ୍ୟ ବକ୍ତା ଭାବେ SKCG କଲେଜ ଅଧ୍ୟକ୍ଷ ଜିତେନ୍ଦ୍ର ପଟନାୟକ, ସମ୍ମାନୀତ ଅତିଥି ରୂପେ ଡ଼ଃ ତିରୁପତି ପାଣିଗ୍ରାହୀ, ନୋଡାଲ ଅଫିସର ରବୀନ୍ଦ୍ର ପାଣିଗ୍ରାହୀ, ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟନାୟକ, କ୍ରୀଡା ଶିକ୍ଷକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରନ କରାଯାଇଥିଲା । କାର୍ଯ୍ୟକ୍ରମଶେଷରେ ଓଡ଼ିଆ ଅଧ୍ୟାପକ ନଳନି କୁମାରି ସାବତ ଧନ୍ୟବାଦ ଜଣାଇଥିଲେ । ପରେ ସାସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା

