ଯୁବ ଶକ୍ତି ସଙ୍ଗଠନ ଜଳେଶ୍ଵର ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୂଆ ବଜାରସ୍ଥିତ ଯୁବ ଶକ୍ତି ସଙ୍ଗଠନ ତରଫରୁ ମହାମାରୀ ବିଶ୍ୱ ରାକ୍ଷସ କରୋନା ସତ୍ୱେ ଘରୁ ବାହାରକୁ ବାହାରି ନିସ୍ଵାର୍ଥପର ଭାବରେ ଖବର ପ୍ରଶାରଣ ପାଇଁ ଆଜି ସାମ୍ବାଦିକ ମାନଙ୍କୁ ଶୁଖିଲା ଖାଦ୍ୟ, ସାନିଟାଇଜାର, ମାସ୍କ ଇତ୍ୟାଦି ବଣ୍ଟନ ପୂର୍ବକ ସାମ୍ବାଦିକଙ୍କ ଦୀର୍ଘ ଜୀବନ କାମନା ସହତି ହାର୍ଦ୍ଧିକ ଶୁଭେଚ୍ଛା ଜଣାଇ ଥିଲେ । ଯୁବଶକ୍ତିର ଅନ୍ୟ ଏକ କାର୍ଯକ୍ରମ ‘ସେବା ହିଁ ପରମଧର୍ମ’ ଭାବି କରୋନା ପାଇଁ ସାରା ଦେଶ ଲକଡାଉନ ପାଇଁ ଗରିବ ଖଟିଖିଆ, କର୍ମହୀନ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ୩୪ ଦିନ ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ଜଳେଶ୍ଵର ପୌର ଅଧିକାରୀ ଅଜୟ କୁମାର ମହାପାତ୍ରଙ୍କ ଉପସ୍ଥିତରେ ପ୍ରତ୍ୟେକ ଦିନ ୩ ଶହ ଲୋକଙ୍କୁ ଖାଦ୍ୟ ବଣ୍ଟନ କରି କରୋନା ଯୋଦ୍ଧା ଭାବେ କେବଳ ଜଳେଶ୍ଵର ନୁହେଁ ସାରା ବାଲେଶ୍ଵର ଜିଲ୍ଲାର ପରିଚିତ ହୋଇ ପାରିଛନ୍ତି । ଉକ୍ତ କାର୍ଯକ୍ରମକୁ ସଙ୍ଗଠନର ଇଂ ମନିନ୍ଦ୍ର ସୁନ୍ଦର ଦାସ, ଦୀପେନ୍ଦୁ କର, ମାନସ କୁମାର ପାଠୀ, ଇଂ ସତ୍ୟରଞ୍ଜନ ପରିଡ଼ା, ସତ୍ୟଜିତ ଧଳ, ଅନୁପମ ଜେନା, ଦିବ୍ଯେନ୍ଦୁ ମାଇତି, ରମାକାନ୍ତ ବେହେରା, ହେମନ୍ତ ଜେନା, ଲକ୍ଷ୍ମୀ ନାରାୟଣ କର, ସତ୍ୟପ୍ରକାଶ ପାଳ, ସାଗରବିନ୍ଦୁ ଦେ, ପପୁ ସାହୁ, ସୁଦୀପ ଦାସ, ଚନ୍ଦନ ସେଠି, ଶୁଭେନ୍ଦୁ ଦାସ ମାହାପାତ୍ର, ଅଶୋକ ଦେ, ବିକାଶ ଦାସ ପ୍ରମୋଖ ପରିଚାଳନା କରିଥିଲେ ।  

ରିପୋର୍ଟ : ଭୂପତି କୁମାର ପରିଡା