

କଟକ (ସମୃଦ୍ଧ ଓଡିଶା) କଟକ ସଦର ନିର୍ବାଚନ ମଣ୍ଡଳୀର ୭ ନମ୍ବର ଜୋନ କିଶୋରନଗର କଲେଜ ପରିସରରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଯୁବ ସଂଗଠକ ବିଳାସ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜନ କରାଯାଇଥିଲା । ଏଥିରେ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ରକ୍ତଦାନ କରିବା ସହିତ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଅଭିନେତା ଅମ୍ଳାନ ଦାସ, ପ୍ରମୋଦ ମହାପାତ୍ର, ବିଭୂତି ଭୂଷଣ ପରିଡ଼ା, କିଶୋରନଗର ଥାନା ଭାରପ୍ରାପ୍ତ ଅଧିକାରୀ ବାମଦେବ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସତ୍ୟସିଧାନ୍ତ ଦାସ, ବିଭୁ ଦତ୍ତ ରାଉତରାୟ, ପ୍ରଶାନ୍ତ ପ୍ରଧାନ, ଚିତ୍ତରଞ୍ଜନ ବେହେରା, ଏମଡି, ସୁରେଶ ବିଶୋଇ, ହିମାଂଶୁ ଦାସ, ମନୋରଞ୍ଜନ ପଟାୟତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ୫୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ରିପୋର୍ଟ : ବିଭୁ ଦତ୍ତ ରାଉତରାୟ