ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଯେସୀ ଆଇ ମହିଳା ଅନୁଷ୍ଠାନ ତରଫରୁ ଯେସୀ ସପ୍ତାହର ଉଦଘାଟନ ଏବଂ ଟମ ବୋଲା, ପ୍ରତିଭାଶୀଳ ମହିଳାଙ୍କୁ ସମ୍ବର୍ଦ୍ଧନା ତାଙ୍କ ସଭ୍ୟ ମଧ୍ୟରୁ ଶ୍ରେଷ୍ଠ ସଭ୍ୟଙ୍କୁ କମଳ ପାତ୍ର ଆର୍ଭିତ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଜାଟାଧରେଶ୍ୱର ସ୍ୱାମୀ କଲ୍ୟାଣ ମଣ୍ଡପ, ସୁବୁଧି ବେଢା, କାସ୍ପା ସାହିରେ ଗତ ୯ ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଇ.ନାଗମଣି, ଯେସୀ. ସପ୍ତାହର, କନଭେନର ପି.ସ୍ୱପ୍ରିୟ, ମୁଖ୍ୟ ସଂଯୋଜକ କେ.କୁସୁମା, ଉପଦେଷ୍ଟା ହରି ପ୍ରସାଦ ମଲଣା ଏବଂ ଅନ୍ୟାନ୍ୟ ପରିଚାଳନା, ସଂଯୋଜକ, ପି.ସୁନିତା, ଭି.ପ୍ରବୀଣା, ଟି.ଅନୁରାଧା, ଡା.ଯେ.ଭାନିଶ୍ରୀ, ଇ.ଉଷା, କେ.ଶୋଭା, ଏମ.ଅନୁରାଧା, ପି.ପ୍ରାଥୀଲକ୍ଷ୍ମୀ ଏବଂ ଯେ. ସ୍ୱକନ୍ୟା ପରିଚାଳନା କରିଥିଲେ । ଏହାସହ କମଳ ପାତ୍ର ଏର୍ଭାଡ଼. ସଂଯୋଜକ, ଏସ.ସ୍ୱପନା ବି ମଞ୍ଚର ପରିଚାଳନାର ଦାୟିତ୍ୱ ମଧ୍ୟ ନେଇଥିଲେ । ଏହି ବର୍ଷର କମଳ ପାତ୍ର ଏର୍ଭାଡ଼ ବିଜେତାଙ୍କୁ ଯେ.ହରିପ୍ରିୟା ସମ୍ମାନ, ଉପଦେଷ୍ଠା, ମଲଣା ପ୍ରଦାନ କରିଥିଲେ । ଏହି ଅବସରରେ ତିନି ଜଣ ପ୍ରତିଭାଶାଳୀ ନାରୀ ଶ୍ରୀମତୀ ସରିତା ପଣ୍ଡା, ଅମୃତା ପାନ୍ତରୁ ଏବଂ ଯେ. ଶୈଳଜାଙ୍କୁ ସମ୍ମାନିତ କରାଯାଇଥିଲା । ଏହାସହ ତମ୍ବୋଳା ରି ବିଭିନ୍ନ ବର୍ଗର ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାବ୍ୟତୀତ ଏହି କାର୍ଯ୍ୟକ୍ରମକୁ ସାହାର୍ଯ୍ୟ କରିଥିବା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କୁ ବି ସ୍ୱାଗତ କରାଯାଇ ଉପହାର ପ୍ରଦାନ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତଙ୍କ ବ୍ୟକ୍ତି ବିଶେଷଙ୍କ ସମେତ ପ୍ରେସ, ଇଲେକ୍ଟ୍ରୋନିକ ମିଡ଼ିଆଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା