

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଦିଆଁ ବ୍ଲକ ଯୋରନ୍ଦା ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ସମ୍ବାଦ ଆମ ଓଡିଶା, ବିଶ୍ୱବିଦ୍ୟାଳୟ ଏନସିସି ରେଡ଼କ୍ରସ ଓ ଏଚସିଏଫଡି ବ୍ୟାଙ୍କ ମିଳିତ ଅନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଯୋରନ୍ଦା କଲେଜ ଠାରୁ ବାହାରି ସ୍ଥାନୀୟ ଅଞ୍ଚଳ ଗ୍ରାମ ଓ ବଜାର ପରିକ୍ରମା କରାଯାଇଥିଲା । ଏହି ଶିବିରରେ ୫୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ମିଶ୍ର, ଜିଲ୍ଲା ରକ୍ତ ଦାତା ସଂଘର ଉପସଭାପତି ବିରଞ୍ଚି ନାରାୟଣ ପାଣି, ଯୋରନ୍ଦା କଲେଜ ଏନସିସି ସଂଘ କର୍ମକର୍ତ୍ତା ବିକାଶ କୁମାର ସ୍ୱାଇଁ, ସମ୍ବାଦ ଆମ ଓଡିଶା ଗଦିଆଁ ବ୍ଲକ ସଂଯୋଜକ ଆନନ୍ଦ ଚନ୍ଦ୍ର ମହାନ୍ତି ଓ ଡାକ୍ତର ପ୍ରେମାନନ୍ଦ ସାହୁ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
