

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ”ମୋ ହସ୍ପିଟାଲ ମୋ ଗର୍ବ” କାର୍ଯ୍ୟକ୍ରମ ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହିଭଳି ମହତ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ଜିଲ୍ଲାପାଳ । ଏହାସହ ସେ ଉପସ୍ଥିତ ସମସ୍ତ ବ୍ୟକ୍ତିମାନଙ୍କୁ ରକ୍ତଦାନ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସ୍ଥାନରେ ରୋଗୀ ରକ୍ତ ବୁନ୍ଦାଏ ପାଇବା ପାଇଁ ଛଟପଟ ହେବା ସହ ମୃତ୍ୟୁବରଣ କରୁଛନ୍ତି । ”ମୋ ହସ୍ପିଟାଲ ମୋ ଗର୍ବ” ଦ୍ୱାରା ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ହସ୍ପିଟାଲର ବିକାଶ କିପରି କରାଯାଇପାରିବ ସେନେଇ ପ୍ରୟାସ କରାଯାଉଥିବା ଜିଲ୍ଲାପାଳ ଜଣାଇଥିଲେ । ଏଥିରେ ହସ୍ପିଟାଲର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

