

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ମାରୱାଡି ମହିଳା ସଂଘ ପକ୍ଷରୁ ଧର୍ମନଗରସ୍ଥିତ ରୋଟାରୀ କ୍ଲବ କାର୍ଯ୍ୟାଳୟ ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡିଆ ଅଭିନେତ୍ରୀ ତମ୍ମନା ବ୍ୟାସ ଯୋଗଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏଥିରେ ମହିଳା ସଂଘ ସଭାନେତ୍ରୀ ରୁବି ଖେମାନି, ସମ୍ପାଦିକା ସୀମା ଚୌଧୁରୀ, ପୂର୍ବତନ ସଭାନେତ୍ରୀ ମମତା ଚୌଧୁରୀ, ଉପ ସଭାନେତ୍ରୀ ଶର୍ମିଲା ସରାଫ୍, ବୀଣା ବାଗେରିଆ, ସୁମନ ସରଫଙ୍କ ସମେତ ରୋଟାରୀ କ୍ଲବର ବହୁ କର୍ମକର୍ତ୍ତା, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ. ଜୟ ଜଗନ୍ନାଥ ଗ୍ରୁପ ଅନୁଷ୍ଠାନର ସଦସ୍ୟ ରଞ୍ଜନା ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


