ରକ୍ତଦାନ ଶିବିରର ସମୀକ୍ଷା କଲେ ବ୍ରହ୍ମପୁର ସାଂସଦ ଓ ରାଜ୍ୟ ବିଜେଡ଼ି ଆଇଟି ସେଲର ମୁଖ୍ୟ…

ପାରଳଖେମୁଣ୍ଡି (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଜୀବନବିଦୁ ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଆଜି ସର୍ବମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କର୍ମୀ ଓ ସାଧାରଣ ଜନତା ଉତ୍ସାହର ସହ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରାଜ୍ୟ ମୁଖ୍ୟ ଅରୂପ କୁମାର ପଟ୍ଟନାୟକ, ଗଜପତି ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୁର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ରାଜ କୁମାରୀ ଯୁବରାଣି କଲ୍ୟାଣ କୁମାରୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକଙ୍କ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ. ଲିଙ୍ଗରାଜ, ବରିଷ୍ଠ ବିଜେଡ଼ି ନେତା ବସନ୍ତ ଦାସ, ଏମ୍. ଜଗଦୀଶ, ଲକ୍ଷ୍ମୀକାନ୍ତ ପରିଚ୍ଛା, ନଗର ବିଜେଡ଼ି ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁଙ୍କ ସମେତ ଜିଲ୍ଲାର ପ୍ରାୟ ସମସ୍ତ ନେତା ଓ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା