

ନିଆଳୀ(ସମୃଦ୍ଧଓଡିଶା)ନିଆଳୀ ଅନ୍ତର୍ଗତ ରାଣିଓଳା ଗ୍ରାମପଞ୍ଚାୟତ ପଦାତିରା ଗ୍ରାମର ମିଷ୍ଠଭାଷୀ,ପରୋପକାରି ବୁଲୁ ପୁହାଣଙ୍କ ଏକମାତ୍ର ପୁତ୍ର ବିଶ୍ୱଜିତ ପୁହାଣ(ବଣ୍ଟି)ଙ୍କର ବିବାହ ଉତ୍ସବ ରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇ ସମାଜକୁ ସମାଜସେବାର ବାର୍ତ୍ତା ଦର୍ଶାଇଛନ୍ତି.ସ୍ୱେଛାସେବୀ ସଂଗଠନ ଛାତ୍ର ଯୁବ ବିକାଶ ପରିଷଦର ଉପଦେଷ୍ଟା ପୂର୍ବତନ ସରପଞ୍ଚ ସରୋଜ ସ୍ୱାଇଁ ଥିଲାବେଳେ ବର୍ତମାନ ସହ ସଂଯୋଜକ ଭାବରେ ବିଶ୍ୱଜିତ ପୁହାଣ କାର୍ଯ୍ୟ କରୁଛନ୍ତି. ଯୁବ ସଂଗଠକ ଶିବରାମ ଖୁଣ୍ଟିଆ ଶୁଭାଶିଷ ଶୁଭଙ୍କର ସ୍ୱାଇଁ ଙ୍କର ସଂଯୋଜନାରେ ବାଲିସାହି ସାଗର ସ୍ନାନ ମଣ୍ଡପରେ ଆୟୋଜିତ ଭ୍ରାମ୍ୟମାଣ ବସ ରକ୍ତଦାନ ଶିବିରରେ ୨୬ଜଣ ସ୍ୱେଛାକୃତ ରକ୍ତଦାତା ଯୋଗଦେଇ ରକ୍ତଦାନ କରିଥିଲେ.କସର୍ଦା ଦୋଳ ଗୋବିନ୍ଦ ବ୍ରଜକିଶୋର ମହାବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ ମିଶ୍ର ଫିତାକାଟି ଉଦଘାଟନ କରିଥିଲାବେଳେ ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ,ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବଡୁ,ରାଣିଓଳା ସରପଞ୍ଚ ତ୍ରିନାଥ ମହାନ୍ତି,ସମାଜସେବୀ ଅବଦୁଲ ବାରୀ,ପୂର୍ବତନ ସମିତି ସଭ୍ୟ ନିରଞନ ବେଉରା ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ.ଅପରାହ୍ନରେ ନିଆଳି ବିଧାୟକ ପ୍ରଫେସର ଡା ପ୍ରମୋଦ କୁମାର ମଲିକ ବୁଲୁ ପୁହାଣଙ୍କ ବାସଭବନରେ ପହଞ୍ଚି ବିଶ୍ୱଜିତ ପୁହାଣ(ବଣ୍ଟି) ଓ ଲିପ୍ସାଙ୍କୁ ବୈବାହିକ ଜୀବନ ସୁଖମୟ ହେବାପାଇଁ ଆଶ୍ରିବାଦ କରିଥିଲେ.ଅନ୍ୟମାନଙ୍କ ମଧ୍ୟରେ କସର୍ଦା ସରପଞ୍ଚ ସୁରେଶ ପଟନାୟକ,ନିଆଳୀ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିଷ୍ଣୁ ଚରଣ ସ୍ୱାଇଁ,ସାମ୍ବାଦିକ ଦ୍ୱିଜବର ମହାପାତ୍ର,ସାମ୍ବାଦିକ ଶରତ ସାହୁ,ସୁଧାଂସୁ ଶେଖର ସ୍ୱାଇଁ,କିଶୋର ସ୍ୱାଇଁ,ଯୁବନେତା ଦିବ୍ୟସିଂହ ସେଠୀ ପ୍ରମୁଖ ଯୋଗଦେଇ ନବ ଦମ୍ପତିଙ୍କୁ ଶୁଭେଛା ଜଣାଇଥିଲେ.
ରିପୋର୍ଟ : ରଜତ ମହାପାତ୍ର