



ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରୱାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ଏମ୍.କେ.ସି.ଜି ରକ୍ତଭଣ୍ଡାର ଓ ଯୋଗଧାମ (ଗାନ୍ଧିନଗର) ସହଯୋଗରେ ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଧେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ୩ୟ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଗ୍ରୀଷ୍ମ ଋତୁରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଅଛି । ରୋଗୀ ଦୂରଦୂରାନ୍ତରରୁ ଆସି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ରକ୍ତ ଦାନର ଆବଶ୍ୟକତା ରହିଛି । ଏହି ଶିବିର ମାଧ୍ୟମରେ ଜନସାଧାରଣ, ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଅନୁରୋଧ କରାଯାଇଛି ଯେ ସେମାନେ ଗୋଟିଏ ଦିନ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରି ଅନ୍ୟର ଜୀବନ ରକ୍ଷା କରନ୍ତୁ । ଆଜି ପ୍ରାୟ ୪୦ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିବା ଉଦ୍ଦେଶ୍ୟ ରେ ରକ୍ତ ଭଣ୍ଡାରରେ ପହଞ୍ଚିଥିଲେ ବିଭିନ୍ନ ଶାରିରୀକ ଦୃବଳତା କାରଣରୁ ସେଥିରୁ ପ୍ରାୟ ୨୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ସେଥିମଧ୍ୟରୁ ୧୧ ଜଣ ମହିଳା ରକ୍ତଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପତି ପି.ରାମା ରାଓ ପାତ୍ର ଓ ପତ୍ନୀ ପି.ସୁନିତା, ଦୁଇ ଭଉଣୀ ମେଘା ବାଗାଡିଆ (ମୁମ୍ବାଇ) ଓ ନିକି ଅଗ୍ରଓ୍ବାଲ (ପୁନେ) ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍. ଦିଲିପ କୁମାର, କୋଷାଧକ୍ଷ୍ୟ ଦିପକ ପାତ୍ର, ସୁଶିଲ କୁମାର, ସୁନିଲ ପାତ୍ର, ସନିଆ ଗୈ।ଡ, ଯୋଗଧାମର ବନମାଳୀ ପ୍ରଧାନ, ମହିଳା ସମିତିର ସଂପାଦିକା ରୁବି ଖେମାନି, ସହ ସଂପାଦିକା ସୁମନ ସରାଫ, ବିଣା ବଗାଡିଆ, ସୁନିତା ସରାଫ, ରିତିକା ସରାଫ, ଶିବାନୀ ମୁନ୍ଦ୍ରା, ପରିଷଦର ସଭାପତି ସାଗର କୁମାର ପାତ୍ର, ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
