ରକ୍ତ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ବାଇଗଣବାଡ଼ିଆ ଓ ଝାଡ଼ପିମ୍ପଳ ଗ୍ରାମ ପଞ୍ଚାୟତ ମିଳିତ ଭାବେ ତଥା ବାଲେଶ୍ଵର ଜିଲ୍ଲା ରକ୍ତଦାତା ସଂଘ ଆନୁକୂଲ୍ୟରେ ଆସନ୍ତା ଜୁଲାଇ ୨୦ ତାରିଖ ସୋମବାର ପୂର୍ବାହ୍ନ ୧୦ ଘଣ୍ଟିକା ସମୟରେ ହେବାକୁ ଥିବା ରକ୍ତ ଦାନ ଶିବିର ପାଇଁ ଗତକାଲି ତା-୧୪/୭/୨୦ରିଖ, ଅପରାହ୍ନ ୪ ଘଣ୍ଟିକାରେ ବାଇଗଣବାଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିବାକର ବାରିକ ସଭାପତିତ୍ୱ କରିଥିବା ବେଳେ ଝାଡ଼ପିମ୍ପଳ ସରପଞ୍ଚ ପ୍ରତିନିଧି ବୃନ୍ଦାବନ ପ୍ରଧାନ, ବାଇଗଣବାଡ଼ିଆ ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ନାଥ ଗିରି, ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଲ ଚକ୍ରବର୍ତ୍ତୀ, ବରିଷ୍ଠ ଯାତ୍ରା କଳାକାର ଗୌରାଙ୍ଗ ଦାସ (ଗୌର ଭାଈ) ସମାଜସେବୀ ମନୋରଞ୍ଜନ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୟକୃଷ୍ଣ ଅଣ୍ଡିଆ, ସାମ୍ବାଦିକ ଆଶିଷ କୁମାର ଗିରି, ପ୍ରବୀର କୁମାର ପ୍ରଧାନ, ପ୍ରଫୁଲ କୁମାର ଗିରି, ଶରତ ଚନ୍ଦ୍ର ଗିରି, ଦେବବ୍ରତ ଗିରି, ମାନସ କୁମାର ଅଣ୍ଡିଆ, ଅଧିର କୁମାର ମାନ୍ନା, ରମାକାନ୍ତ ମିଶ୍ର, ପୂର୍ଣଚନ୍ଦ୍ର ଗିରି, ଅନିରୁଦ୍ଧ ରଣା, ସୁବାସ ଚନ୍ଦ୍ର ସାହୁ, ରାଜେଶ ଚନ୍ଦ୍ର ଗିରି, ଗଣେଶ ଚନ୍ଦ୍ର ପାତ୍ର, ଶ୍ରୀନିବାସ ପାତ୍ର, ଝାଡ଼େଶ୍ୱର ଜେନା, ଗୌରୀ ଶଙ୍କର ପ୍ରଧାନ, ରାମଚନ୍ଦ୍ର ଗିରି, ଯଦୁମଣି ନାୟକ, ଜଗବନ୍ଧୁ ଗିରି, ସଞ୍ଜୟ  କୁମାର ନନ୍ଦୀ, ପୂର୍ଣ୍ଣଚନ୍ଦ୍ର ଗିରି ଓ ଚନ୍ଦନ କୁମାର ପ୍ରଧାନ ପ୍ରମୁଖ ସଭ୍ୟଗଣ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମହାମାରୀ କରୋନା ଯୋଗୁଁ ରାଜ୍ୟରେ ରକ୍ତର ଉତ୍କଟ ଅଭାବ ଓ ରକ୍ତର ଆବଶ୍ୟକତା ଅଛି ବୋଲି ଜିଲ୍ଲା ରକ୍ତଦାତା ସଂଘର ସଭାପତି ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ ଏବଂ ଅଧିକରୁ ଅଧିକ ରକ୍ତ କିପରି ସଂଗ୍ରହ କରା ଯାଇ ପାରିବ, ସେ ବାବଦରେ ମଧ୍ୟ ଉପସ୍ଥିତ ସଭ୍ୟମାନଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା