

ମୋହନା (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ଲୁଚି ରହିଥିବା ଘଟଣାର ଆଜି ପର୍ଦାଫାସ୍ କରିଛନ୍ତି ଆରକ୍ଷୀ ଅଧ୍ୟକ୍ଷିକା ସାରା ଶର୍ମା । ଫେସବୁକରୁ ବନ୍ଧୁତା ଆରମ୍ଭ କରିଵା ପରେ ବିବାହର ପ୍ରତିଶୃତି ଦେଇ ଶାରରୀକ ସଂପର୍କ ରଖିବା ପାଇଁ ଯୋଜନା ଆରମ୍ଭ କରିଥିଲେ ସଵ୍ ଇନ୍ସପେକ୍ଟର୍ ରମେଶ । ସେଥିରେ ବିଫଳ ହେବା ପରେ, ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିସାଇ ଜୋର୍ ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବଂ ଫୋଟ ମଧ୍ୟ ଉଠାଇ ଥିଲେ । ଏହାପରେ ଆରମ୍ଭ ହୋଇଥିଲା ବ୍ଲାକମେଲିଂ । ଭିଡିଓ ଭାଇରାଲ୍ ର ଧମକ ଦେଇ କରିଚାଲିଲେ ଦୁଷ୍କର୍ମ । ଭୁଲିଗଲେ ବିବାହର ପ୍ରତିଶୃତି । ବ୍ଲାକମେଲିଂ କରି ପ୍ରାୟ ୫ ଲକ୍ଷ ଟଙ୍କା ଜଣେ ପୋଲିସ ସବ୍ ଇନ୍ସପେକ୍ଟର ଠକି ନେଇଥିବା ପୁରୀ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ, ଗଜପତି ଜିଲ୍ଲା ଆର, ଉଦୟଗିରି ଥାନାର କାର୍ଯ୍ୟରତ ସବ-ଇନ୍ସପେକ୍ଟର ରମେଶ ଚନ୍ଦ୍ର ଜେନା ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ଗତ ୨୦୧୮ ମସିହାରେ ପୁରୀ ସଦର ଥାନା ଅଞ୍ଚଳରେ ରହୁଥିବା ଅଭିଯୋଗ କାରିଣୀ ଯୁବତୀ ତାଙ୍କର ଜଣେ ପୋଲିସ୍ ଏସ୍.ଆଇ. ବାନ୍ଧବିଙ୍କ ମାଧ୍ୟମରେ ରା. ଉଦୟଗିରି ଥାନାର କାର୍ଯ୍ୟରତ ସବ୍-ଇନ୍ସପେକ୍ଟର ରମେଶ ଜେନାଙ୍କ ସହ ୨୦୧୮ ମସିହା ଜୁଲାଇ ମାସରେ ପରିଚିତ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ସହ କ୍ରମେ ଉଭୟଙ୍କ ପରିବାର ମଧ୍ୟରେ ବିବାହ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା । ଯାହାଫଳରେ,ଏସ୍.ଆଇ. ଜେନାଙ୍କ ସହିତ ପୀଡିତା ଯୁବତିଙ୍କ ପ୍ରେମ ସଂପର୍କ ଅଧିକ ନିବିଡ ହୋଇଥିଲା । ଏପରିକି, ରମେଶଙ୍କ ମାମୁଁ ଝିଅର ବାହାଘରକୁ ଯୁବତୀ ଜଣକୁ ରମେଶ ଡାକି ଥିବା ବେଳେ ୧ ଲକ୍ଷ ଟଙ୍କା ବିବାହ କାର୍ଯ୍ୟ ପାଇଁ ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଯୁବତୀଙ୍କ ଠାରୁ ରମେଶ ଘରର ଆର୍ଥିକ ଅବସ୍ଥା ସୁଦୃଢ ନଥିବା ଦର୍ଶାଇ ୨ ଲକ୍ଷ ଟଙ୍କା, ମୋବାଇଲ୍ ଓ ଲାପଟପ୍ ଆଦି ନେଇଥିଲେ । ଇତି ମଧ୍ୟରେ ପୂର୍ବରୁ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରଲ କରି ଦେବାର ଭୟ ଦେଖାଇ ସେ କାର୍ଯ୍ୟରତ ଥିବା ରା.ଉଦୟଗିରି ଥାନାକୁ ଡକାଇଥିଲେ । ପରେ ରମେଶ ଯୁବତୀ ଜଣକୁ ଜିଲ୍ଲାର ଗଣ୍ଡାହାତୀ ଜଳ ପ୍ରପାତ, ଖସଡା ଜଳ ପ୍ରପାତ, ଜିରାଙ୍ଗ ବୌଦ୍ଧ ମନ୍ଦିର ଇତ୍ୟାଦି ସ୍ଥାନ ବୁଲାଇକୁ ନେଇ ବାରମ୍ବାର ଦୁସ୍କର୍ମ କରିଥିଲେ । ଅନ୍ୟପଟେ, ରମେଶଙ୍କ ଭାଉଜ ପୀଡିତା ଯୁବତୀଙ୍କୁ ୧ ଲକ୍ଷ ଟଙ୍କା ମାଗିଥିଲେ । ଯୁବତୀ ଜଣକ ସେଥିରେ ରାଜି ନ ହେବାରୁ ରମେଶ ଓ ଯୁବତୀଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ପରବର୍ତ୍ତୀ ସମୟରେ ରା.ଉଦୟଗିରି ଏସ୍.ଡି.ପି.ଓ ଏବଂ ଆଇ.ଆଇ.ସିଙ୍କ ମଧ୍ୟସ୍ଥତାରେ ଦୁଇ ଦୁଇ ଥର ମାମଲାର ଆପୋଷ ସମାଧାନ ହୋଇଥିଲା କିନ୍ତୁ ରମେଶ ପୁର୍ବ ଭଳି ସମ୍ପୃକ୍ତ ଯୁବତୀଙ୍କୁ ବ୍ଲାକମେଲିଙ୍ଗ କରିଥିଲେ l ଫଳରେ ନ୍ୟାୟ ପାଇଁ ୨୦୨୦ ମସିହା ମାର୍ଚ୍ଚ ମାସ ୯ ତାରିଖରେ ଯୁବତୀ ଜଣକ ପୁରୀ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁରୀ ସଦର ଥାନାରେ ୫୬/୨୦ରେ ଏକ ମାମଲା ରୁଜୁ କରି ଆଇ.ଆଇ.ସି, ସୁମତୀ ମହାନ୍ତି ଏହାର ତଦନ୍ତ ଦାୟୀତ୍ୱ ନେଇଥିଲେ । ମାମଲା ରୁଜୁ ହେବା ପରେ ଖବର ପାଇ ରମେଶ ଦୀର୍ଘ ୨ ମାସ ଧରି ଫେରାର୍ ରହିଥିବା ବେଳେ, କୌଶଳ କରି ଓଡିଶା ଉଚ୍ଚ ନ୍ୟାୟାଳୟରୁ ଆନ୍ତରୀଣ ଜାମୀନ୍ ପାଇ ଗତ ୪ ଦିନ ତଳେ ଆର.ଉଦୟଗିରି ଥାନାକୁ ଆସି ନିଜ କାର୍ଯ୍ୟକ୍ଷେତ୍ରରେ ଯୋଗଦେଇ ଖୁସିରେ ମିଠା ବଣ୍ଟନ କରିଥିଲେ । ଏହି ଖବର କିଛି ଗଣମାଧ୍ୟମ ପ୍ରତିନିଧି ଜାଣିବା ପରେ ଗଜପତି ଏସ୍.ପି.ଙ୍କ ସହ ଯୋଗାଯୋଗ କରିଥିଲେ । କାରଣ, ବର୍ତ୍ତମାନ କରୋନା ମହାମାରୀକୁ ନେଇ ସାରା ରାଜ୍ୟବାସୀ ଚିନ୍ତିତ ଥିବାବେଳେ, ଦୀର୍ଘ ୨ ମାସର ବ୍ୟବଧାନ ପରେ ରମେଶ ଥାନାକୁ ଫେରିଥିବାରୁ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନକୁ ଗଜପତି ଏସ୍.ପି. ପଠାଇ ଦେଇଥିଲେ । ଏହି ଘଟଣା ଯୁବତୀ ଜଣକ ଜାଣିବା ପରେ ମୂଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିବା ସହ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ଫଳରେ, ଗତ ୧୨ ତାରିଖରେ ଗଜପତି ଏସ୍.ପି. ରମେଶଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସହ ପୁରୀରୁ କେଶ୍ ର ସମସ୍ତ ଦସ୍ତାବିଜ ମଗାଇଛନ୍ତି । ତେବେ ଏନେଇ ଗଜପତି ଏସ୍.ପିଙ୍କ ସହ ଯୋଗାଯୋଗ ହୋଇ ପାରି ନ ଥିବା ବେଳେ ବର୍ତ୍ତମାନ ସମ୍ପୃକ୍ତ ଏସଆଇଙ୍କୁ ରା.ଉଦୟଗିରିରେ ବ୍ୟକ୍ତିଗତ ସଂଘରୋଧ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି । ସେପଟେ ରମେଶ ବାହା ହେବା ପାଇଁ ନାରାଜ୍ ଥିବା ସମୟେର ଏବେ ଏହି ଆଶାରେ ଯୁବତୀ ଜଣକ ଅଛନ୍ତି ଯେ, ଯେଉଁ ବାହାଘରର ପ୍ରତିଶୁତି ପାଇଁ ପୀଡିତା ଯୁବତୀ ନିଜର ସର୍ବସ୍ୱ ବରବାଦ୍ କରିଦେଲେ ଏବେ ସେ ନ୍ୟାୟ ପାଇବେ ନା ନାହିଁ । ନ୍ୟାୟ ପାଇବା ପାଇଁ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିବା ଜଣାପଡିଛି ।
ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ