ରଘୁନାଥ ଏସ.ଏଚ.ଜି.ଗ୍ରୁପ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ !

ଛତ୍ରପୁର(ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା’ ପ୍ରତିବଦଳରେ ଏସ.ଏଚ.ଜି. ମହିଳାମାନେ ଅସଦାଚରଣର ଶିକାର ହେଉଥିବା ଅଭିଯୋଗ ହେଉଛି । ଏଦିଗରେ ଜିଲ୍ଲାପ୍ରଶାସନ ଧ୍ୟାନଦେଇ ବିହିତ ପଦକ୍ଷେପରେ ଅବହେଳା ପ୍ରଦର୍ଶନ କରିବା ଏକ ନିନ୍ଦନୀୟ ଘଟଣା ହୋଇଛି । ଯାହାକି ! ଯଦି ବା ସେମାନଙ୍କୁ ଯେଉଁ କାମ ୱାର୍କ ଆଉଟ ମିଳୁଛି, ସେଥିରେ ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର, କିମ୍ବା ଅନ୍ୟ କୁଜିନେତାମାନେ ଅଧା ଭାଗ ମାଗୁଛନ୍ତି । ଏ କ୍ଷେତ୍ରରେ ୫୦ପ୍ରତିଶତ ଭାଗ ନେବା କଥା ଉଠୁଛି । ଭାଗ ନ ମିଳିଲେ ସେଠି ଗଣ୍ଡଗୋଳ ଭଳି ଘୋର ବିଶୃଙ୍ଖଳା ସମସ୍ୟା କରାଯାଉଛି, ବୋଲି ଉକ୍ତ ମହିଳା ଅଭିଯୋଗ ଆଣିଛନ୍ତି । ଭାଗ ନ ମିଳିଲେ ସେଠି ଗଣ୍ଡଗୋଳ କରି ଆଇନକୁ ଅବମାନନା କରି ବିଶୃଙ୍ଖଳା ଘଟାଉଛନ୍ତି । ଛତ୍ରପୁର ବ୍ଳକ୍ ଲକ୍ଷ୍ମୀପୁର ଗ୍ରାମପଞ୍ଚାୟତ ର ରଘୁନାଥ ମହିଳା ଏସ.ଏଚ.ଜି. ଗ୍ରୁପ ସଦସ୍ୟା ପି.ଗାୟତ୍ରୀ ରେଡ୍ଡୀ ଙ୍କ ଉପରେ ହୋଇଥିବା ଅନ୍ୟାୟ, ଅସଦାଚରଣ ଭଳି ଏକ ଅଭିଯୋଗ ଆସିଛି । ରଘୁନାଥ ମହିଳା ଏସ.ଏଚ.ଜି. ଗ୍ରୁପ ଙ୍କୁ ମାଛ ଚାଷ ପାଇଁ ଶାରଳା ବନ୍ଧ ଲିଜ ସୂତ୍ରରେ ୫ବର୍ଷ ପାଇଁ ଦିଆଗଲା । ପୁଣି ସେହି ଲିଜସୂତ୍ରକୁ ବାତିଲ କରି ନୂଆ ଲୋକଙ୍କୁ ଦିଆଯିବ ବୋଲି ସରପଞ୍ଚ ନିଜେ ନିଜେ ଘୋଷଣା କରିଦେବା କଥା କୁହାଯାଉଛି । ଏହି ଗ୍ରୁପର ସଦସ୍ୟା ପି.ଗାୟତ୍ରୀ ରେଡ୍ଡୀ ଙ୍କ ଉପରେ ହୋଇଥିବା ଅସଦାଚରଣ ନେଇ ସେ ଚମାଖଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଥାନାଅଧିକାରୀ ଲାଞ୍ଚ ନେଇ ତାଙ୍କ ଉପରେ ପାଲଟା ଅଭିଯୋଗ ଆଣି ତାଙ୍କ ଉପରେ ୧୦୭ ଦଫା ଲଗାଇବା ବିଷୟ ନେଇ ମିଶନଶକ୍ତି ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ଏକ ଅଦ୍ଭାବନୀୟ ଘଟଣା ଘଟିଛି I ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ସମିତି ଅଧୀନସ୍ଥ ଏକ ଗାଁ ରେ ,,,,।। ପ୍ରକାଶ ଥାଉକି, ରାଜ୍ୟସରକାରଙ୍କ ମାଳମାଳ ଯୋଜନା ମଧ୍ୟରେ ରହିଛି, ପ୍ରତି ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ପ୍ରତିଟି ନାମରେ ଏସ.ଏଚ.ଜି. ଗ୍ରୁପ ଗଠନ କରିବା । ଅର୍ଥାତ ମହିଳା ସ୍ୱୟଂ ସହାୟିକା ସଂଘ ମାନଙ୍କୁ ଋଣ ସହାୟତା ପ୍ରଦାନ କରିବା ଏବଂ ପ୍ରଗତିର ହାତ ବଢ଼ାଇ ମହିଳାମାନଙ୍କୁ ସଶକ୍ତିକରଣ କରାଇବା ଉଦ୍ଦେଶ୍ୟରେ ମିଶନଶକ୍ତି ଗଠନ କରାଯାଇଛି । ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଅବା ସ୍ୱାବଲମ୍ବନଶୀଳ କରାଇ ଆମ ଦେଶ ର ଯଶ କୀର୍ତ୍ତି ରକ୍ଷା କରିବା ଦିଗରେ ରାଜ୍ୟସରକାର ହାତ ବଢାଇଛନ୍ତି । ମହିଳା ଏସ.ଏଚ.ଜି. ଗ୍ରୁପ ମାନଙ୍କୁ ଆଚାର, ପାମ୍ପଡ଼, ବଡ଼ି, ଧୂପକାଠି, ମହମବତୀ, ଛତୁଆ ଫେକ୍ଟ୍ରି, ଛତୁଚାଷ, ମାଛ ଚାଷ, କୁକୁଡ଼ା ଚାଷ, ଗୋପାଳନ ଆଦି କରାଯିବା ନିମନ୍ତେ ସରକାରୀ ସହାୟତା ଯୋଗାଇବା ସାଂଗକୁ ଋଣସହାୟତା ଯୋଗାଇ ମହିଳାମାନଙ୍କୁ ଅର୍ଥନୈତିକ ପ୍ରଗତିପଥରେ ଆଣିବାକୁ ରାଜ୍ୟସରକାର ଅନେକ ପ୍ରୟାସ ଜାରୀ ରଖିଆସିଛନ୍ତି । ସଫଳ ମହିଳାଙ୍କୁ ପୁରସ୍କାର ସହ ମାନପତ୍ର ଦେଇ ଉତ୍ସାହିତ କରିଆସୁଛନ୍ତି । ଗଞ୍ଜାମଜିଲ୍ଲାରେ ମହିଳାମାନଙ୍କୁ ସଶକ୍ତିକରଣ କରାଯିବା ତ ଦୂରର କଥା, ତା’ ପ୍ରତିବଦଳରେ ଏସ.ଏଚ.ଜି. ମହିଳାମାନେ ଅସଦାଚରଣର ଶିକାର ହେଉଛନ୍ତି ।। ଉଚ୍ଚକର୍ତ୍ତୃପକ୍ଷ ତଥା ଗଞ୍ଜାମଜିଲ୍ଲାପାଳ ଏହାର ବିହିତ ସମାଧାନ କରିବା ଜରୁରୀ ବୋଲି ଜନସାଧାରଣରେ ଦାବୀ ହେଉଅଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା