ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ଆନୁକୂଲ୍ୟରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦ ଛତ୍ରପୁର ଓ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ମିଳିତ ଅନୁକୁଲ୍ୟରେ ହିଲପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରରେ ଚାଲିଥିବା ରାଜ୍ୟ ସ୍ତରୀୟ ନାଟକ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଶେଷ ରଜନୀରେ ନାଟକ ‘ଜୀବନର ଅନ୍ୟନାମ’ ମଞ୍ଚସ୍ଥ ହୋଇଥିବା ବେଳେ ବହୁ ଦର୍ଶକ ପ୍ରେମୀ ଏହି ନାଟକ ଦେଖିବା ସହ ବେଶ ଉତ୍ସାହିତ ହୋଇଥିଲେ । ଏହି ନାଟକକୁ ଗଙ୍ଗାଧର ଜେନା ନିର୍ଦ୍ଦେଶନା ଦେଇଥିବା ବେଳେ ବିନୋଦିନୀ ମହାପାତ୍ର ରଚନା କରିଥିଲେ । ନାଟକ ଉତ୍ସବରେ ଉଦଯାପନୀ ଉତ୍ସବରେ ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼. ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ଼. ରାମକୃଷ୍ଣ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଭୁବନେଶ୍ୱରର ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡିଶା ନାଟକ ସମାରୋହ ସମିତିର ସାଧାରଣ ସମ୍ପାଦକ ଡ. ମିହିର କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନୀଲ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା