

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ କଶିପଡା ଗ୍ରାମର ମା ସିଂହସନୀ ପୀଠର କଲ୍ୟାଣ ମଣ୍ଡପ ଠାରେ ରଜ ସଂକ୍ରାନ୍ତି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେପୋଲସରା ବିଧାୟକ ତଥା ମନ୍ଦିର ଉନ୍ନୟନ କମିଟିର ସଭାପତି ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲସରା ବ୍ଲକ ବିଡ଼ିଓ, ଏଟିଓ, ଥାନା ଅଧିକାରୀ, ସମସ୍ତ ଜେଇଇ, ଏସଡିଓ ଓ ମା ସିଂହାସନୀ ପୀଠର ଉନ୍ନୟନ କମିଟି ବୃନ୍ଦ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା