

ବ୍ରହ୍ମପୁର(ସମୃଦ୍ଧଓଡିଶା)ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରୁଛନ୍ତି । ସେହି ଯୋଜନାରେ ସମସ୍ତେ କିପରି ସାମିଲ ହେବ ମୁଖ୍ୟମନ୍ତ୍ରୀ ଗୁରୁତ ଦେଇ ଆସୁଛନ୍ତି । ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ସାରା ଓଡିଶାରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ଆଜି ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ସ୍ଥାନୀୟ ରଣ୍ଢା ସରପଞ୍ଚ ଅଜିତ ରାଉଳଙ୍କ ନେତୃତ୍ୱରେ ରଣ୍ଢା ପଞ୍ଚାୟତରୁ ଜଣ ସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ପଞ୍ଚମା ସିଦ୍ଧି ବିନାୟକ ପୀଠରେ ଦଳୀୟ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ସିଦ୍ଧି ବିନାୟକଙ୍କୁ ଦର୍ଶନ କରି ପଦଯାତ୍ରା ଆରମ୍ଭ କରିଥିଲେ । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ,ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଏସ୍ ରାଜେଶ୍ଵରୀ ଦୋରା,ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷା ସିଏଚ୍ ଉଷାରାଣୀ, ବ୍ରହ୍ମପୁର ଡେପୁଟି ମେୟର ବିବେକ୍ ରେଡ଼ୀ, ବିଜେଡି ବ୍ଳକ ସଭାପତି ଅଜିତ କୁମାର ଦାସ , ରଣ୍ଢା ସରପଞ୍ଚ ଅଜିତ ରାଉଳ, ଉମା ନାୟକ, ବିଜେଡ଼ି ନେତ୍ରୀ ବିଷ୍ଣୁ ପ୍ରିୟା ନାୟକ,ସିଏଚ୍ ଭରତ, ସିଏଚ୍ ନରେଶ ,ମନ୍ମଥ ପାଣିଗ୍ରାହୀ,ପ୍ରବୀଣ କୁମାରଙ୍କ ସମେତ ଜିଲ୍ଲାର ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ିର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ପଦଯାତ୍ରାକୁ ସଫଳ କରାଇଥିଲେ। ଏହି ପଦଯାତ୍ରା ପଞ୍ଚମା ଠାରୁ ଆରମ୍ଭ ହୋଇ ରଣ୍ଢା ପର୍ଯ୍ୟନ୍ତ ନେତା ଓ କର୍ମୀ ମାନେ ପଦଯାତ୍ରା କରିଥିଲେ,ରଣ୍ଢା ମୁକ୍ତେଶ୍ଵର ମନ୍ଦିର ପରିସରରେ ଏକସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖି କାର୍ଯ୍ୟକୁ ଘରେ ଘରେ ପହଂଚାଇବା ସହ ବିକାଶର ବାର୍ତ୍ତା ଦେବା ଓ ନୂଆ ଓଡ଼ିଶା ଗଠନ କରିବାକୁ ସଂକଳ୍ପ ନେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଦିଗ ରହିଛି ।ରାଜ୍ୟର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁଘରେ ଘରେ ପହଞ୍ଚାଲେ ବିଜେଡି ନେତା ଓ କର୍ମୀ । ସେହିପରି ବିଜେଡ଼ିର ସଦସ୍ୟତା ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ତୀବ୍ର କରିବା ସହ ମହିଳା, ଯୁବକ ଓ ଛାତ୍ର ସମାଜକୁ ଦଳରେ ସାମିଲ କରିଯିବ ବୋଲି ବିଜେଡି ନେତାମାନେ କହିଥିଲେ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା