ହିଞ୍ଜଳିକାଟୁ (ସମୃଦ୍ଧ ଓଡିଶା) ଆଜି ମହାପ୍ରଭୁଙ୍କ ସୁନାବେଶ । ଅଳଙ୍କାରରେ ଭୂଷିତ ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବା ପାଇଁ ଲାଗିଛି ଭକ୍ତଙ୍କ ଭିଡ । କାହିଁ କେତେ ଦୂରରୁ ଭକ୍ତମାନେ ଆସି ସକାଳୁ ଡେରା ପକାଇଥିଲେ । ରଥଯାତ୍ରା ଏବଂ ବାହୁଡା ଭଳି ଆଜି ମଧ୍ୟ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି । କିନ୍ତୁ ୯ଦିନ ପାଇଁ ମନ୍ଦିର ବାହାରକୁ ଆସିଥାନ୍ତି । ଯାହାକୁ ଦେଖିବା ପାଇଁ ଭକ୍ତମାନେ ଚାତକ ଭଳି ଚାହିଁ ରହିଥାନ୍ତି । ରଥଯାତ୍ରାଠାରୁ ଆରମ୍ଭ କରି ସୁନାବେଶ ଭକ୍ତଙ୍କ ଭିଡ ଜମିଥାଏ । ତଥାପି ରଥ ଉପରେ ସୁନାବେଶ ଦେଖିବା ପାଇଁ ଭକ୍ତମାନେ ଚାହିଁ ବସିଥାନ୍ତି । ଏଣୁ ଭକ୍ତମାନେ ଧାଇଁ ଆସିଥାନ୍ତି । ଆଜି ସୁନାବେଶ ଶେଷ ହେବା ପରେ ରବିବାର ରଥ ଉପରେ ଅଧରପଣା ନୀତି ହେବ । ଶେଷରେ ସୋମବାର ଶ୍ରୀଜିଉମାନଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବ । ମିଳିଥିବା ସୂଚନା ଅନୁସାରେ ଶ୍ରୀଜିଉମାନଙ୍କର ସୁନାବେଶ ଆଜି ଅପରାହ୍ଣ ୪ଟାରୁ ଆରମ୍ଭ ହୋଇଥିଲା ଏବଂ ଏହି ଆକର୍ଷଣୀୟ ବେଶ ରାତି ୧୧ଟା ଯାଏଁ ଚାଲିବ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ହିଞ୍ଜିଳି ପୋଲିସର ଆୟୋଜନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା