ରନ୍ଧନ ଗ୍ୟାସ ଚୋରି ବେଳେ ସାଧା ପୋଷାକରେ ଧରିଲା ପୋଲିସ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଉପଭୋକ୍ତାଙ୍କୁ ଯୋଗାଣ ପାଇଁ ଗୋଦାମରେ ରଖାଯାଇଥିବା ଏଲପିଜି ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଚୋରି ହେଉଥିବା ଅଭିଯୋଗ ପାଇ ବ୍ରହ୍ମପୁର ପୋଲିସ ଗ୍ୟାସ ଡିପୋ ଉପରେ ଚଢ଼ାଉ କରିଛି । ବ୍ରହ୍ମପୁର ଆଙ୍କୁଲି ନିକଟ ଜଳେଶ୍ଵର ଖଣ୍ଡି ଠାରେ ଅନେକ ଦିନ ଧରି ଏହି କଳା କାରନାମା ଚାଲିଥିବା ବେଳେ ପୋଲିସ ସାଦା ପୋଷାକରେ ଯାଇ ଗ୍ୟାସ ଚୋରି କରୁଥିବା ଏକାଧିକ ଡେଲିଭେରି ବୟ ସମେତ ଗୋଦାମ କର୍ମଚାରୀଙ୍କୁ କାବୁ କରିଛି। ସେଠାରୁ ପାଖାପାଖି ୭୦ରୁ ଉର୍ଦ୍ଧ୍ବ ସିଲିଣ୍ଡର ଜବତ ହୋଇଛି । ଲୋକଙ୍କ ଘରକୁ ସିଲିଣ୍ଡର ପହଞ୍ଚାଇବା ପୂର୍ବରୁ ସେଥିରୁ ୧ କେଜି ରୁ ୨ କେଜି ଗ୍ୟାସ ବାହାର କରି ଦିଆ ଯାଇଥାଏ । ଏ ନେଇ ଅଭିଯୋଗ ହେବାରୁ ବ୍ରହ୍ମପୁର ଏସପି ଡ଼ା.ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସାଦା ପୋଷାକ ଟିମ ଏହି ଗୋଦାମରେ ଚଢ଼ାଉ କରିଥିଲେ । ଏହି ଗ୍ୟାସ ଟାଙ୍କି ଗୁଡ଼ିକ ବ୍ରହ୍ମପୁର ଇଣ୍ଡେନ୍ ଗ୍ୟାସର ବୋଲି ସୂଚନା ମିଳିଛି।
[ବ୍ରହ୍ମପୁରରୁ ନିମାଇ ଚରଣ ପଣ୍ଡାଙ୍କ ରିପୋର୍ଟ]